ନୂଆଦିଲ୍ଲୀ : ବଲିଉଡ୍ରେ ନିଜର କ୍ୟୁଟ୍ନେସ୍ ଓ ସଚ୍ଚୋଟପଣ ପାଇଁ ପ୍ରସିଦ୍ଧ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ । ବଲିଉଡ୍ରେ ନିଜର ପାଦ ରଖିବା କ୍ଷଣି ସମସ୍ତଙ୍କୁ ଦିୱାନା କରିଦେଇଛନ୍ତି । ଫିଲ୍ମ ‘କେଦାରନାଥ’ରୁ ଡେବ୍ୟୁ କରିଥିବା ଏହି କଳାକାର ପ୍ରତି ଭୂମିକାରେ ନିଜର ପ୍ରତିଭାର ପ୍ରମାଣ ଦେଇଛନ୍ତି ।
କିନ୍ତୁ ସମସ୍ତେ ଜାଣନ୍ତି ସାରା ଫିଲ୍ମକୁ ଆସିବା ପୂର୍ବରୁ ତାଙ୍କର ଲୁକ୍ସ ଓ ଷ୍ଟାଇଲ୍ କିପରି ଥିଲା । ନିଜର ଅଧିକ ଓଜନ ଯୋଗୁଁ ଚିନ୍ତିତ ଥିଲେ ସାରା । ଆଉ ବହୁତ ପରିଶ୍ରମ କରି ସେ ଆଜି ସଫଳତା ପାଇଛନ୍ତି । ସାରା ନିଜର ଅଫିସିଆଲ ଇନଷ୍ଟାଗ୍ରାମରୁ ଏକ ଭିଡ଼ିଓ ଶେୟାର କରିଥିଲେ , ଯେଉଁଥିରେ ତାଙ୍କର ଟ୍ରାନ୍ସଫର୍ମେସନର ପୁରା କାହାଣୀର ଝଲକ ରହିଛି । ଏହି ଭିଡ଼ିଓରେ ସାରା ତାଙ୍କର ଅନେକ ଭିଡ଼ିଓ କ୍ଲିପିଂକୁ ଏକା ସାଥିରେ ଯୋଡ଼ି ଏକ କାହାଣୀ କରିଛନ୍ତି , ଯେଉଁଥିରେ ତାଙ୍କର ଅନେକ ଅବତାର ନଜର ଆସିଛି।
ଜିମ୍ ଠାରୁ ସ୍ୱୁଇମିଂ ଯାଏ ଖୁବ୍ ପରିଶ୍ରମ କରିଥିବା ସ୍ପଷ୍ଟ ଦେଖାଯାଉଛି । ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେଉଛି । ଏହି ପୋଷ୍ଟକୁ ଏବେସୁଦ୍ଧା ୨୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ୱର୍କଫ୍ରଣ୍ଟରେ ସାରା ୧୯୯୫ର ଫିଲ୍ମ ‘କୁଲି ନଂ ୧’ର ରିମିକରେ ଅଭିନେତା ବରୁଣ ଧୱନଙ୍କ ସହ ନଜର ଆସିବେ ।