Odia News Portal

୨୦୦ କୋଟି ଠକେଇ ମାମଲାରେ ଜ୍ୟାକଲିନ


ମୁମ୍ବାଇ ବିମାନବନ୍ଦରରେ ହଟହଟା ହେଲେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ବିମାନବନ୍ଦରରେ ତାଙ୍କୁ ଅଟକ ରଖିବା ପରେ ଛାଡିଦେଇଥିଲେ ପବର୍ତ୍ତନ ନିର୍ଦ୍ଧେଶାଳୟ । କେବଳ ସେତିକି ନୁହେଁ ଏମିତି ବିଦେଶ ଯିବାକୁ ଅନୁମତି ମିଳିଛି ।

ପୂର୍ବରୁ ଜ୍ୟାକଲିନଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରୀ କରାଯାଇଥିଲା ।
ସେ ଦୁବାଇ ଯିବା ଲାଗି ବିମାନବନ୍ଦରରେ ପ୍ରସ୍ତୁତ ହେଉଥିଲା ବେଳେ ତାଙ୍କୁ ଜଣେ ଇମିଗ୍ରେସନ ଅଧିକାରୀ ଅଟକାଇଥିଲେ । ତାଙ୍କ ବିରୋଧରେ ଇଡି ପକ୍ଷରୁ ଲୁକ୍ ଆଉଟ ନୋଟିସ୍ ଜାରି କରାଯାଇଥିବା ସୂଚନା ଦିଆଯାଇଥିଲା । ଏଥିସହ ସମ୍ପୃକ୍ତ ଅଧିକାରୀ ଜଣକ ଇଡିକୁ ସୂଚନା ଦେଇଥିଲେ । ଇଡି ଅଧିକାରୀମାନେ ପହଞ୍ଚି ତାଙ୍କୁ ସେଠାରୁ ଘରକୁ ଫେରାଇ ଦେଇଥିଲେ ।

ଏପରିକି ଜ୍ୟାକଲିନ୍ଙ୍କୁ ୧୦ କୋଟି ଟଙ୍କାର ବିଭିନ୍ନ ଉପହାର ମଧ୍ୟ ଚନ୍ଦ୍ରଶେଖର ଦେଇଛି । ଏହି ଉପହାର ମଧ୍ୟରେ ରହିଛି ୫୨ ଲକ୍ଷ ଟଙ୍କାର ଏକ ଘୋଡା ଓ ୯ ଲକ୍ଷ ଟଙ୍କାର ଏକ ପର୍ସିଆନ ବିଲେଇ । ସେହିଭଳି ଏହି ମାମଲାରେ ଅଭିନେତ୍ରୀ ନୋରା ଫତେହିଙ୍କ ନାମ ସାମ୍ନାକୁ ଆସିଛି । ନୋରାଙ୍କୁ ଚନ୍ଦ୍ରଶେଖର ଏକ ଦାମୀ କାର୍ ଉପହାର ଦେଇଥିବା ଜେରା ବେଳେ ପ୍ରକାଶ କରିଥିଲା । ପୂର୍ବରୁ ନୋରାଙ୍କୁ ଇଡି ଜେରା କରିସାରିଛି ।