Odia News Portal

ସରକାରୀ ସମ୍ପତ୍ତି ନଷ୍ଟ କରିବାକୁ ବିକ୍ଷୋଭକାରୀଙ୍କୁ କିଏ ଦେଲା ଅଧିକାର ?

ମୁମ୍ବାଇ() ଶ୍ରେଷ୍ଠ ନାୟିକା ଭାବେ ପରିଚୟ ଲାଭ କରିଥିବା କଙ୍ଗନା ରାଣାୱତ ନିଜର ଆଗାମୀ ଚଳଚ୍ଚିତ୍ର “ପଙ୍ଗା” ର ଟ୍ରେଲର ରିଲିଜ୍ ଇଭେଣ୍ଟରେ ଯୋଗଦେବା ଅବସରରେ CAAଆଇନକୁ ବିରୋଧ କରି ବିକ୍ଷୋଭ କରୁଥିବା ଲୋକମାନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା CAAଆଇନକୁ ସର୍ମଥନ କରିବା ସହ ସରକାରଙ୍କୁ ବିରୋଧ କରି ଦେଶର ସମ୍ପତ୍ତିକୁ ନଷ୍ଟ କରୁଥିବା ବିକ୍ଷୋଭକାରୀଙ୍କୁ କଡ଼ା ପ୍ରଶ୍ନ ପଚାରିଛନ୍ତି ବଲିଉଡ଼ କ୍ୱିନ କଙ୍ଗନା ରାଣାୱତ ।

ଆଗକୁ ଆସୁଥିବା ପଙ୍ଗା ଚଳଚ୍ଚିତ୍ରରେ ଏକ କବାଡ଼ି ଖେଳାଳି ଭୂମିକାରେ ଅଭିନୟ କରିଥିବା କଙ୍ଗନା ଗତ କିଛି ଦିନ ତଳେ ଫିଲ୍ମର ଟ୍ରେଲର ରିଲିଜ କାର୍ୟ୍ୟକ୍ରମରେ ଯୋଗଦେଇଥିଲେ, ସେହି ଅବସରରେ କଙ୍ଗନାକୁ ଫିଲ୍ମ ସମ୍ପର୍କିତ ପ୍ରଶ୍ନ ସହ ଦେଶରେ ବର୍ତ୍ତମାନ ଚାଲିଥିବା CAA ଆଇନ ବିଷୟରେ ମଧ୍ୟ କିଛି ସାମ୍ୱାଦିକ ପ୍ରଶ୍ନ ପଚାରିବାରୁ ତାହାର ଉତ୍ତର ଦେବାକୁ ଯାଇ କଙ୍ଗନା CAA ଆଇନକୁ ବିରୋଧ କରୁଥିବା ବିକ୍ଷୋଭକାରୀଙ୍କୁ କଡ଼ା ଜବାବ ଦେଇଥିଲେ ।

ଆପଣ ଯେକୌଣସି ବି ବିକ୍ଷୋଭ କରୁଛନ୍ତି ତାହା ଠିକ ଅଟେ ହେଲେ ବିକ୍ଷୋଭ ଯେପରି ହିଂସା ନ ପାଲଟିଯାଏ ତାହାକୁ ଧ୍ୟାନ ଦେବା ଆବଶ୍ୟକ ।