Odia News Portal

ଓସ୍କାର ଦୌଡ଼ରେ ‘କାଲିର ଅତୀତ’

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ‘କାଲିର ଅତୀତ’ ଶ୍ରେଷ୍ଠ ଚିତ୍ର, ଶ୍ରେଷ୍ଠ ଅଭିନେତା ଏବଂ ଶ୍ରେଷ୍ଠ ନିର୍ଦ୍ଦେଶକ ପାଇଁ ସାଧାରଣ ପ୍ରବେଶ ବର୍ଗରେ ଓସ୍କାର ଦୌଡ଼ରେ ପ୍ରବେଶ କରିଛି | ଏହି ସିନେମାର ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡା ଏନେଇ ସୂଚନା ପ୍ରଦାନ କରିଛନ୍ତି।

“ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ଏହି ବର୍ଷରେ, କାଲିର ଅତୀତ ଶ୍ରେଷ୍ଠ ଚିତ୍ର, ଶ୍ରେଷ୍ଠ ଅଭିନେତା ଏବଂ ଶ୍ରେଷ୍ଠ ନିର୍ଦ୍ଦେଶକ ପାଇଁ ସାଧାରଣ ପ୍ରବେଶ ବର୍ଗରେ ଓସ୍କାର ଦୌଡ଼ରେ ପ୍ରବେଶ ଘୋଷଣା କରି ମୁଁ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଛି | ଏହା ଏକାଡେମୀ ସ୍କ୍ରିନିଂ ପାଇଁ ଉପଲବ୍ଧ ହେଉଛି,ଏଥି ପାଇଁ ସେ ସମସ୍ତଙ୍କ ନିକଟରେ କୃତଜ୍ଞ ”ବୋଲି ପଣ୍ଡା ଟ୍ୱିଟ୍ କରିଛନ୍ତି।

ଚଳଚ୍ଚିତ୍ରଟି ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପ୍ରତିକ୍ରିୟା ଉପରେ ଆଧାରିତ | ଏହାପୂର୍ବରୁ ଏହି ଚଳଚ୍ଚିତ୍ରଟି ଗୋଆର 51 ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI) ରେ ପ୍ରଦର୍ଶିତ ହୋଇଥିଲା |