Odia News Portal

ବ୍ରେକଅପ ଖବର କୁ ବାରଣ କଲେ ମଲାଇକା ଓ ଅର୍ଜୁନ

ଚର୍ଚ୍ଚାରେ ରହିଥିବା ବଲିଉଡ୍ ଅଭିନେତା ଅର୍ଜୁନ୍ କପୁର ଓ ଅଭିନେତ୍ରୀ ମଲାଇକା ଆରୋରାଙ୍କ ବ୍ରେକ୍ ଅପ୍ ଖବରରେ ପଡିଛି ପୂର୍ଣ୍ଣଛେଦ। କୁହାଯାଉଥିଲା ଯେ ଅର୍ଜୁନ୍ ଓ ମଲାଇକାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ସେମାନଙ୍କର ବ୍ରେକ୍ ଅପ୍ ହୋଇଯାଇଛି କିନ୍ତୁ ଏହି ବ୍ରେକଅପ ଖବରକୁ ଖଣ୍ଡନ କଲେ ମଲାଇକା ଓ ଅର୍ଜୁନ । ଏହା ଏକ ଗୁଜବ ବୋଲି ସେମାନେ କହିଛନ୍ତି। ଏକ ପୋଷ୍ଟ ସେୟାର କରି ଏହି ଗୁଜବକୁ ମିଛ ବୋଲି କହିଛନ୍ତି ଏହି କପୁଲ ।
ଉଭୟ ମଲାଇକା ଓ ଅର୍ଜୁନ କପୁର ଇନ୍ଷ୍ଟାଗ୍ରାମ୍ରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ପୋଷ୍ଟରେ ଲେଖାଯାଇଛି- ‘ସତରେ। ୪୦ ବର୍ଷ ବୟସ ପରେ ଆପଣଙ୍କୁ ପ୍ରେମ ମିଳିବା, ଏହାକୁ ନର୍ମଲାଇଜ୍ କରନ୍ତୁ। ୩୦ ବର୍ଷ ପରେ ନୂଆ ସ୍ୱପ୍ନ ଦେଖିବା ଓ ତାହାକୁ ଖୋଜିବାକୁ ନର୍ମଲାଇଜ୍ କରନ୍ତୁ। ୫୦ ବର୍ଷ ପରେ ନିଜ ଜୀବନର ଉଦ୍ଦେଶ୍ୟ ପାଇବା ଓ ନିଜକୁ ଖୋଜିବାକୁ ନର୍ମଲାଇଜ୍ କରନ୍ତୁ। ଜୀବନ ୨୫ ବର୍ଷ ପରେ ସରିଯାଏ ନାହିଁ। ଯେମିତି ଏହା ହୁଏ, ସେଭଳି ଅଭିନୟ କରିବା ବନ୍ଦ କରନ୍ତୁ।
ଅନ୍ୟପଟେ ବ୍ରେକ୍ଅପ୍ ଖବର ସାମ୍ନାକୁ ଆସିବା ପରେ ଅର୍ଜୁନ କପୁର ମଲାଇକାଙ୍କ ସହ ଏକ ସୁନ୍ଦର ଫଟୋ ବି ସେୟାର କରିଛନ୍ତି। ଏହି ଫଟୋର କ୍ୟାପ୍ସନ୍ରେ ସେ ଲେଖିଛନ୍ତି-ଗୁଜବ ପାଇଁ କୌଣସି ସ୍ଥାନ ନାହିଁ। ସୁରକ୍ଷିତ ରୁହନ୍ତୁ। ଖୁସି ରୁହନ୍ତୁ। ଲୋକଙ୍କୁ ଶୁଭକାମନା। ସମସ୍ତଙ୍କୁ ଭଲ ପାଇବା। ଅର୍ଜୁନ୍ଙ୍କର ଏହି ପୋଷ୍ଟରେ ମଲାଇକା ହାର୍ଟ ଇମୋଜି ଦେଇଛନ୍ତି।