Odia News Portal

ରିଲିଜ ହେଲା ସନୀଙ୍କ ‘ହ୍ୟାଲୋ ଜୀ’, ଦେଖନ୍ତୁ ଭିଡିଓ

ମୁମ୍ବାଇ()   ବଲିଉଡ୍ ଫିଲ୍ମ ‘ରାଗିନୀ ଏମଏମଏସ୍ ରିଟର୍ଣ୍ଣସ’ରେ ସନି ଲିଓନୀଙ୍କ ଉପରେ ଚିତ୍ରିତ ହୋଇଥିବା ସ୍ପଶାଲ ଡ୍ୟାନ୍ସ ନମ୍ବର ‘ହ୍ୟାଲୋ ଜୀ..’ ଗୀତ ରିଲିଜ ହୋଇଛି।ସନି ଦୀର୍ଘ ସମୟ ପରେ ଆଇଟମ ନମ୍ବରରେ ଦେଖାଯିବାକୁ ଥିବାରୁ ତାଙ୍କୁ ନେଇ ଦର୍ଶକଙ୍କ ଉତ୍ସାହ ଏବେଠାରୁ ବଢିବାରେ ଲାଗିଲାଣି।

https://youtu.be/D5VC_BMaewY

ଏଣୁ ଫିଲ୍ମ ରିଲିଜ ହେଲେ ସନି ନିଶ୍ଚିତ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ରହିବେ ବୋଲି ଚର୍ଚ୍ଚା ହେଉଛି। ଏକତା କପୁର ଓ ଶୋଭା କପୁର ପ୍ରଯୋଜିତ ଏହି ଫିଲ୍ମ ରାଗିନୀ ସିରିଜର ତୃତୀୟ ଅବଦାନ। ଫିଲ୍ମରେ କରିଶ୍ମା ଶର୍ମା, ରିୟା ସେନ, ସିଦ୍ଧାର୍ଥ ଗୁପ୍ତା ଓ ନିଶାନ୍ତ ସିଂ ମଲକାନୀ ପ୍ରମୁଖ ଅଭିନୟ କରିଛନ୍ତି।