Odia News Portal

ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ପାର୍ଥୀଙ୍କ ଚିହ୍ନ

ରାଜ୍ୟରେ ପଞ୍ଜାୟତ ନିର୍ବାଚନ ଲାଗି ଜାରି ହେଲା ପ୍ରାର୍ଥୀଙ୍କ ଚିହ୍ନ । ପଞ୍ଚାୟତ ନିର୍ବାଚନରେ ଲଢିବାକୁ ଥିବା ପ୍ରାର୍ଥୀଙ୍କ ଲାଗି ବିଭିନ୍ନ ପ୍ରକାର ଚିହ୍ନ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ପଞ୍ଚାୟତ ନିର୍ବାଚନରେ ଲଢୁଥିବା ସରପଞ୍ଚ ପ୍ରାର୍ଥୀଙ୍କ ଲାଗି ୩୨ ପ୍ରକାର ଚିହ୍ନ । ସେହିପରି ସମିତି ସଭ୍ୟଙ୍କ ଲାଗି ୧୯ ପ୍ରକାର, ୱାର୍ଡ ମେମ୍ବର ପାଇଁ ଲଢୁଥିବା ପ୍ରାର୍ଥୀଙ୍କ ଲାଗି ୧୫ ପ୍ରକାର ଏବଂ ଜିଲ୍ଲା ପରିଷଦ ସଭ୍ୟଙ୍କ ଲାଗି ୧୯ ପ୍ରକାର ଚିହ୍ନ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଶଗଡ ଗାଡି, ନିକିତି, କଲମ, ନଡିଆ ଗଛ , ଖୋଲା ବହି, ମାଛ, ସୂର୍ୟ୍ୟ, ଲଙ୍ଗଳ, କେଟିଲୀ, ଷ୍ଟୁଲ, ବସ୍ ଏଭଳି ଅନେକ ପ୍ରକାର ଚିହ୍ନ ଜାରି କରାଯାଇଛି । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନ ।