Odia News Portal

ଶୀତ ଦିନିଆ ପରିବା ଓ ଉପକାରିତା –

ଶୀତ ଦିନରେ  ଲୋକେ ନିଜ ଖାଦ୍ୟକୁ ନେଇ ଖୁବ ସତର୍କ ଥାନ୍ତି । ଏହି ଦିନରେ ହିଁ ବିଶେଷ କରି ଗରମ ଓ ଭିନ୍ନ ଖାଦ୍ୟ ଖାଇବାକୁ ଅଧିକ ଇଚ୍ଛା ହୋଇଥାଏ । ଏହି ସମୟରେ ବିଭିନ୍ନ ପ୍ରକାରର ପନିପରିବା ଏବଂ  ବହୁ ପ୍ରକାରର ଫଳ ମଧ୍ୟ ମିଳିଥାଏ । ଆହୁରି ମଧ୍ୟ ଏହି ସମୟରେ ହିଁ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଅଧିକ ଇଚ୍ଛା ହୋଇଥାଏ । ପରଟା, ସୁପ, ପକୁଡି, ଗାଜର ହାଲୁଆ ପରି ସ୍ୱାଦିଷ୍ଟ ଖାଦ୍ୟ ଖାଇବାର ମଜା ଏହି ଦିନରେ ନିଆରା ହୋଇଥାଏ । ତେବେ ଆପଣ ନିଶ୍ଚୟ ଜାଣି ରଖିବା ଉଚିତ ଏହି ଦିନରେ ମିଳୁଥିବା ବିଭିନ୍ନ ପ୍ରକାର ସବୁଜ ପନିପରିବା ଶରୀର ପାଇଁ କେତେ ଉପକାରୀ ହୋଇଥାଏ ।

-ସବୁଜ ପନି ପରିବାରେ ମହଜୂତ ଥିବା ଭିଟାମିନ-ସି ଶରୀରର ହାଡ ଓ ତ୍ୱଚା ପାଇଁ ଖୁବ ଲାଭକାରୀ ହୋଇଥାଏ ।

-କିଡ୍ନୀରେ ପଥୁରୀ ସମସ୍ୟା ଏବେ ଅତି ସାଧାରଣ ହୋଇଗଲାଣି । ଶୀତ ଦିନରେ ମିଳୁଥିବା ସବୁଜ ପନି ପରିବା ଆପଣଙ୍କୁ ନିଶ୍ଚିତ ରୂପେ ଏହି ସମସ୍ୟାରୁ ମୁକ୍ତି ଦେଇ ପାରିବ । ଏଗୁଡିକ କିଡ୍ନୀକୁ ନିୟମିତ ଭାବେ ସଫାକରେ । ତେଣୁ କିଡ୍ନୀରେ ପଥୁରୀ ହେବା ସମସ୍ୟା ଆଉ ନ ଥାଏ ।

ସବୁଜ ପନିପରିବାରେ ଭରପୁର ମାତ୍ରାରେ ଭିଟାମିନ-କେ ଥାଏ । ଯାହାକି ତ୍ୱଚାକୁ ଯବାନ ରଖିବାରେ ସାହାଯ୍ୟ କରେ ଜ୍ଝ ଆହୁରି ମଧ୍ୟ ଏଗୁଡିକ ମଣିଷର ହାଡ, ହୃଦୟ ଓ କିଡ୍ନୀ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ । ଗୋଟେ କପ ସବୁଜ ପନିପରିବା ଜୁସ ସବୁ ଭିଟାମିନ- କେ ଆବଶ୍ୟକତାକୁ ପୂରଣ କରିପାରେ ।

-ସବୁଜ ପନିପରିବା ଗୁଡିକ ଶରୀର ର ଆଇରନ ଆବଶ୍ୟକତାକୁ ମଧ୍ୟ ପୂରଣ କରିଥାଏ । ଯାହା ଦ୍ୱାରା ଦୁର୍ବଳ ଲାଗିବା ସମସ୍ୟା ମଧ୍ୟ ଦୂର ହୋଇଥାଏ ।

-ଶୀତ ଦିନିଆ ପନିପରିବା ମିନେରାଲ କ୍ୟାଲସିୟମ, ଫାଇବରରେ ପରିପୂର୍ଣ ହୋଇଥାଏ । ଯାହାକି କ୍ୟାନ୍ସର ପରି ମାରାତ୍ମକ ରୋଗରୁ ରକ୍ଷା କରିଥାଏ ।

୧. ମୂଳା-ମୂଳା ଏକ ଶୀତଦିନିଆ ପରିବା ଅଟେ । ମୂଳା ପରଟା ଭାରତୀୟ ମାନଙ୍କ ବହୁତ ପସନ୍ଦ । ଏଥିରେ ବହୁଳ ମାତ୍ରାରେ ଭିଟାମିନ୍ –ସି ମିଳେ ଯାହା ଇମ୍ୟୁନିଟି ବୁଷ୍ଟର ଭାବେ କାମ କରେ । ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢେ ।ଏଥିରେ ଥିବା ଫାଇବର ଡାଇଜେସନ୍ ରେ ସାହାଯ୍ୟ କରେ ।

୨. କନ୍ଦମୂଳ- କନ୍ଦମୂଳକୁ ପୋଡି ସ୍ନାକ୍ସ ଭାବେ କିମ୍ବା କନ୍ଦମୂଳ ଖିରି କରି ମଧ୍ୟ ଖିଆଯାଏ । ଏଥିରେ ଭରପୂର ମାତ୍ରା ରେ  ଫାଇବର ମିଳେ । ବହୁତ ସମୟ ପର‌୍ୟ୍ୟନ୍ତ ଏହା ଆମକୁ ଭୋକରୁ ଦୂରେଇ ରଖେ । ଏହା ଓଜନ କମାଇବାରେ ମଧ୍ୟ ଖୁବ୍ ସାହାଯ୍ୟ କରେ । ରକ୍ତ ଶର୍କରାକୁ ସଠିକ୍ ରଖେ । ଏଥିରେ ଥିବା ଭିଟାମିନ୍ ଏବଂ ଆଣ୍ଟି ଅକ୍ସିଡାଣ୍ଟଆମର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଏ ।

୩. ଗାଜର- ଗାଜର ଭାରତୀୟ ମାନଙ୍କ ପ୍ରତିଟି ରୋଷେଇ ଘରେ ଦେଖିବାକୁ ମିଳେ । ଗାଜର ର ହାଲଓା୍ୱ ଶୀତଦିନେ ଖାଇବାକୁ ଖୁବ୍ ଭଲ ଲାଗେ । ଗାଜର ରେ ଥିବା ବିଟା କ୍ୟାରୋଟିନ୍ ,ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭପ୍ରଦ ।ଏହା ହୃଦୟ ଏବଂ ଚକ୍ଷୁ ଜନିତ ରୋଗରୁ ମଧ୍ୟ ରକ୍ଷା କରେ । ଓଜନ କମାଇବା ପାଇଁ ଏହା ଖୁବ୍ ଲାଭକାରୀ ।