ନୂଆଦିଲ୍ଲୀ () କେବଳ ଦୁଃଖରେ ଥିବାବେଳେ ଲୋକେ କାନ୍ଦନ୍ତି ତାହା ନୁହେଁ, ଉଦ୍ବେଗ, ଭାବୁକ କିମ୍ବା ଅସ୍ଥିର ଅନୁଭବ କଲେ ମଧ୍ୟ କାନ୍ଦିଥାନ୍ତି । ଶରୀରର ଚାପ ପ୍ରତିକ୍ରିୟାକୁ ମସ୍ତିଷ୍କ ଯେତେବେଳେ ସକ୍ରିୟ କରେ, ସେତେବେଳେ ବ୍ୟକ୍ତି କାନ୍ଦେ। କାନ୍ଦିବାର ଇଚ୍ଛାକୁ ପ୍ରତିରୋଧ କରିବାର କାର୍ୟ୍ୟକଳାପ ଉପରେ ଅଧିକ ଅଧ୍ୟୟନ ଏବେ ସୁଦ୍ଧା କରାଯାଇନାହିଁ ।
ତଥାପି ତେବେଳେ ଆମେ କାନ୍ଦ ଅଟକାଇବାକୁ ଚେଷ୍ଟା କରୁ, ସେହି ମୁହୂର୍ତ୍ତର ସମ୍ବେଦନ ସହିତ ଆମେ ବେଶ ପରିଚିତ । ଏହି ସମୟରେ ଆମ ଶରୀରର ପ୍ରତିକ୍ରିୟା କିଭଳି ହୋଇଥାଏ ସେ ବିଷୟରେ ବିଶେଷଜ୍ଞମାନେ ଏବେ ଖୁଲାସା କରିଛନ୍ତି । ହାର୍ଭାର୍ଡ ହେଲ୍ଥରେ ଏହି ଅଧ୍ୟୟନ ପ୍ରକାଶ ପାଇଛି । ଯେତେବେଳେ ଲୁହ ଉତ୍ପନ୍ନକାରୀ କୌଣସି ଘଟଣା ଘଟେ, ଆମ ଚାପର ପ୍ରତିକ୍ରିୟା ‘ଆମିଗ୍ଡାଲା’ରେ କାମ କରିବା ଆରମ୍ଭ କରେ । ‘ଆମିଗ୍ଡାଲା’ ମସ୍ତିଷ୍କ ଭିତରେ ଥିବା ଏକ ଧୂସର ପଦାର୍ଥ, ଯାହା ଭାବନା ପାଇଁ ଦାୟୀ । ‘ହାଇପୋଥାଲାମସ୍’କୁ ଆମିଗ୍ଡାଲା ସଙ୍କେତ ପଠାଏ, ଯାହା ସେହି ଅନୁରୂପ କାର୍ୟ୍ୟ କରିବାକୁ ଶରୀରର ଅନ୍ୟ ଅଂଶକୁ ସୂଚନା ଦିଏ । କିଛି ବିପଦ (ଚାପ) ଅଛି ବୋଲି ଏହା ଆମ ପିଟ୍ୟୁଟାରି ଗ୍ଲାଣ୍ଡକୁ ଜଣାଏ ଏବଂ ଆଡ୍ରେନୋକୋର୍ଟିକୋଟ୍ରୋପିକ୍ ହର୍ମୋନ କ୍ଷରଣ ପାଇଁ ପ୍ରେରିତ କରେ ।
ଏହା ପରେ ଡ୍ରେନୋକୋର୍ଟିକୋଟ୍ରୋପିକ୍ ହର୍ମୋନ କିଡ୍ନି ଉପରେ ଅବସ୍ଥିତ ଆଡ୍ରେନାଲ ଗ୍ଲାଣ୍ଡରେ ପ୍ରବେଶ କରେ ଏବଂ କୋର୍ଟିସଲ ନାମକ ଚାପ ହର୍ମୋନ କ୍ଷରଣର କାରଣ ହୋଇଥାଏ । ହାଇପୋଥାଲାମସ୍ ମଧ୍ୟ ସହାନୁଭୂତିପୂର୍ଣ୍ଣ ସ୍ନାୟବିକ ପ୍ରଣାଳୀକୁ ମଧ୍ୟ ସକ୍ରିୟ କରେ । ପ୍ରଣାଳୀର ଏହି ଅଂଶ ଶରୀର କାର୍ୟ୍ୟକାରିତାକୁ ନିୟନ୍ତ୍ରଣ କରେ, ଯାହା ଲଢ଼େଇ ପ୍ରତିକ୍ରିୟାରେ ସକ୍ରିୟ ହୋଇଥାଏ । କାନ୍ଦିବା ଅବସ୍ଥାର ଶୀର୍ଷରେ ଥାଇ ବ୍ୟକ୍ତି ଯେତେବେଳେ କାନ୍ଦ ଅଟକାଇବାକୁ ଚେଷ୍ଟା କରନ୍ତି, ସହାନୁଭୂତିପୂର୍ଣ୍ଣ ସ୍ନାୟବିକ ପ୍ରଣାଳୀ ଆପଣଙ୍କ ହୃତ୍ସ୍ପନ୍ଦନ ହାର ବେଗ ଦ୍ରୁତ କରେ ଏବଂ ହୃତ୍ପିଣ୍ଡ ମାଂସପେଶୀକୁ ସଙ୍କୁଚିତ କରେ ।
ବଡ଼ ରକ୍ତ ବାହିକା ଯେତେବେଳେ ପତଳା ହୋଇଯାଏ, ଶରୀରର ଏହିସବୁ ଅଂଶରେ ପ୍ରବାହ ନିମନ୍ତେ ରକ୍ତର ମାତ୍ରା ବଢ଼ାଇଦିଏ । ଆପଣ ଯେତେବେଳେ ପ୍ରବଳ ମାତ୍ରାରେ ଭାବୁକ ହୋଇଯାଆନ୍ତି ଏବଂ କାନ୍ଦ ମାଧ୍ୟମରେ ଏହାକୁ ବାହାର କରିବାକୁ ଶରୀରକୁ ଅନୁମତି ଦିଅନ୍ତି, ସେତେବେଳେ ଶ୍ୱାସକ୍ରିୟାରେ ସମସ୍ୟା ସାମ୍ନା କରିପାରନ୍ତି । ଶ୍ୱାସକ୍ରିୟା ବେଗ ମଧ୍ୟ ହଠାତ୍ ବଢ଼ିଯାଏ । ଆପଣ ଚାପଗ୍ରସ୍ତ ଥିବାବେଳେ ଏହିପରି ହୋଇଥାଏ । ନାକ ଓ ଫୁସ୍ଫୁସ ମଧ୍ୟରେ ଥିବା ବାୟୁମାର୍ଗ କଠିନ ହୋଇଯାଏ । ଦ୍ରୁତ ହର୍ମୋନ କ୍ଷରଣ ଦ୍ୱାରା ଶରୀରର ସମସ୍ତ ମାଂସପେଶୀକୁ ଅତିରିକ୍ତ ରକ୍ତ ଯାଏ ।