Odia News Portal

ଶୋଇବା ପୂର୍ବରୁ କରି ନିଅନ୍ତୁ ଏହି ୪ କାମ, ଆସିବ ଶାନ୍ତିର ନିଦ

ଯଦି ନିଦ ଠିକ ନ ହୁଏ ତେବେ ସାରା ଦିନ ଆପଣଙ୍କୁ ଭଲ ଲାଗି ନଥାଏ । ଯଦି ଆପଣଙ୍କ ସହ ବାରମ୍ବାର ଏପରି ହେଉଥାଏ, ତେବେ ଆପଣ ଶୋଇବା ପୂର୍ବରୁ ନିଶ୍ଚୟ କରନ୍ତୁ ଏହି କାମ । ଫଳରେ ଆପଣଙ୍କ ଶରୀର ଭଲ ରହିବା ସହ ଦିନସାରା ଆପଣ ଶାନ୍ତି ଅନୁଭବ କରିବେ ।
ଶୋଇବା ପୂର୍ବରୁ କରନ୍ତୁ ଏହି ଜରୁରୀ କାମ
୧. ଖାଇବାର ଠିକ ପରେ ଶୁଅନ୍ତୁ ନାହିଁ-ଯଦି ଆପଣ ଖାଦ୍ୟରେ ମାଂସ ବା ସାଦା ଖାଉଛନ୍ତି, ତେବେ ଏହାକୁ ଖାଇବାର ୩/୪ ଘଣ୍ଟା ପରେ ଶୋଇବା ଜରୁରୀ । ଯାହାଦ୍ୱାରା ଆପଣଙ୍କ ଖାଦ୍ୟ ସହଜରେ ହଜମ ହୋଇଯିବ । ଶୋଇବା ର୍ପୂବରୁ ଭଲ ଭାବେ ପାଣି ପିଇ ଶୁଅନ୍ତୁ । ଫଳରେ ଆପଣଙ୍କୁ ଭଲ ନିଦ ଆସିବ ।
୨. ଶୋଇବା ପୂର୍ବରୁ ଗାଧୋଇ ପଡ଼ନ୍ତୁ-ଭଲ ନିଦ ପାଇଁ ସହଜ ତରିକା ହେଉଛି, ଶୋଇବା ପୂର୍ବରୁ ଗାଧୋଇବା । ଥଣ୍ଡା ପାଣିରେ ଗାଧୋଇବା ଟିକେ ଅସୁବିଧା ହୋଇପାରେ,ତେବେ ଅଳ୍ପ ଉଷୁମ ପାଣି ବ୍ୟବହାର କରିପାରନ୍ତି । ଗାଧୋଇବା ଦ୍ୱାରା ଆପଣଙ୍କ ଶରୀର ଶୁଦ୍ଧ ହେବା ସହ ଥକ୍କାପଣ ବି କମିଯାଇଥାଏ ।
୩. ଶୋଇବା ର୍ପୂବରୁ ଏକ ଦୀପ ଜଳାନ୍ତୁ-ଯେଉଁ ରୁମରେ ଶୋଉଛନ୍ତି,ସେଠାରେ ଏକ ତେଲର ଦୀପ ଜଳାନ୍ତୁ । ଏହାଦ୍ୱାରେ ଭଲ ନିଦ ଆସିବ । ଭଳ ନିଦ ପାଇଁ ଶୋଇବା ପୂର୍ବରୁ ଆପଣ ମନ୍ତ୍ର ଜପ କିମ୍ବା ଯୋଗ କରିପାରନ୍ତି । ଏହା ଆହୁରି ଭଲ ହୋଇଥାଏ ।
୪. ଏକା ଶୁଅନ୍ତୁ-ଅଧିକାଂଶ ଲୋକଙ୍କୁ ଲାଇଟ, ଶବ୍ଦ ଓ ତାପମାନ ପରିବର୍ତ୍ତନ ଯୋଗୁ ଠିକ ନିଦ ଆସି ନଥାଏ । ଯଦି ଆପଣଙ୍କ ସହ ଏପରି ହେଉଛି,ତେବେ ଆପଣ ଏକା ଶୋଇବା ଅଭ୍ୟାସ କରନ୍ତୁ । କାରଣ ଅନ୍ୟ ଲୋକଙ୍କ ଶରୀରର ଉତ୍ତାପ ବିପରୀତ ହୋଇଥାଏ । ଯେଉଁ କାରଣରୁ ନିଦ ଆସିନଥାଏ ।