Odia News Portal

ମହିଳା ମାନେ ନ ଗାଧୋଇ କରନ୍ତୁ ନାହିଁ ଏହି କାମ

ଏମିତି କିଛି କାମ ଯାହାକୁ ବିନା ଗାଧୋଇ କରାଯାଏ ନାହିଁ । ହିନ୍ଦୁ ଧର୍ମରେ ପ୍ରତିଦିନ ଗାଧୋଇବାର ବହୁତ ମହତ୍ୱ ରହିଛି ।

• ମହିଳାମାନେ ବିନା ସ୍ନାନରେ ତୁଳସୀ ଗଛରେ ଜଳ ଦିଅନ୍ତୁ ନାହିଁ । ଏହାକୁ ଅଶୁଦ୍ଧ ହାତରେ ଛୁଇଁବା ବା ବିନା ସ୍ନାନରେ ଜଳ ଦେବା ଦ୍ୱାରା ମା’ ଲକ୍ଷ୍ମୀ କ୍ରୋଧ କରିଥାନ୍ତି ।

• ମହିଳାମାନେ ନ ଗାଧୋଇ ରୋଷେଇ ଘରକୁ ଯିବା କଥା ନୁହେଁ । ଭୋଜନରୁ ହିଁ ଆମକୁ ଶକ୍ତି ମିଳିଥାଏ । ଅପବିତ୍ରତାରେ ବନା ଯାଇଥିବା ଭୋଜନ ନକରାତ୍ମକତ ଦେଇଥାଏ । ତେଣୁ ମହିଳାମାନେ ସର୍ବଦା ସ୍ନାନ କରିବା ପରେ ଭୋଜନ ପ୍ରସ୍ତୁତି କରିବା କଥା । ବିନା ଗାଧୋଇ ଭୋଜନ ତିଆରି କରିବା ଦ୍ୱାରା ମା’ ଅନ୍ନପୂର୍ଣ୍ଣାଙ୍କ ଅପମାନ ହୋଇଥାଏ । ଏମିତି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ । ଘରେ ଅଭାବ ବଢ଼ିଥାଏ ।

• ବିନା ସ୍ନାନ କରି କେବେ ବି ଭୋଜନ କରିବା କଥା ନୁହେଁ । ମହିଳାଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁହୁଏ । ନ ଗାଧୋଇବା ଯୋଗୁ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ମନରେ ଖରାପ ବିଚାର ଆସିଥାଏ ।

• କିଛି ଲୋକଙ୍କ ଆଦତ ହୋଇଥାଏ ଯେ ସକାଳୁ ଉଠିବା ପରେ ବାଳ କୁଣ୍ଡାଇ ଥାନ୍ତି । ଏହି ଆଦତ ମହିଳାଙ୍କ ପାଇଁ ଆଦୌ ଠିକ ନୁହେଁ । ଶାସ୍ତ୍ର ଅନୁଯାୟୀ ସକାଳେ ମହିଳା ଶୀଘ୍ର ଉଠି ସ୍ନାନ କରିବା ପରେ ମୁଣ୍ଡ କୁଣ୍ଡାଇବା କଥା ।

• ଧନକୁ ମା’ ଲକ୍ଷ୍ମୀଙ୍କ ସ୍ୱରୁପ ବୋଲି ମନାଯାଇଥାଏ । ବିନା ଗାଧୋଇ ଟଙ୍କା ପଇସା ଛୁଇଁବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ ଓ ସେ ନାରାଜ ହୋଇଥାନ୍ତି । ମହିଳାଙ୍କୁ କେବେ ବି ନଗାଧୋଇ ଅର୍ଥକୁ ଛୁଇଁବା କଥା ନୁହେଁ ।