Odia News Portal

ମସ୍ତିସ୍କକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ତରିକା

ଯଦି ଆମ ମନ ଓ ମସ୍ତିସ୍କ ଦୁଇଟି ସୁସ୍ଥ ରହିଥାଏ, ତେବେ ଆମେ ଫିଟ ରହିଥାଉ | ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ, ଯାହା ମସ୍ତିସ୍କକୁ ସୁସ୍ଥ ରଖିବା ପାଇଁ ସହାୟତା କରିଥାଏ | ଯଦି ଆମ ମସ୍ତିସ୍କ ସୁସ୍ଥ ରହି ନଥାଏ ତେବେ ଆମେ ବହୁ କଥା ଭୁଲି ଯାଇଥାଉ | ଆସନ୍ତୁ ଜାଣିବା ମସ୍ତିସ୍କକୁ ସୁସ୍ଥ ରଖିବା ପାଇଁ ତରିକା |

ଶିଖିବା ଜାରି ରଖନ୍ତୁ : ଆପଣ ଆପଣଙ୍କ ବ୍ରେନକୁ ଏକ୍ସରସାଇଜ କରିପାରିବେ | ଏଥିପାଇଁ ସର୍ବଦା କିଛି ନା କିଛି ଜାରି ରଖନ୍ତୁ | କିଛି ନା କିଛି ଅଭ୍ୟାସ ଜାରି ରଖନ୍ତୁ କିମ୍ବା ପୁଣି କିଛି ନୂଆ ଭାଷା ଶିଖନ୍ତୁ | ଯଦି ଆପଣ କିଛି ନୂଆ ଶିଖନ୍ତି ତେବେ ଆପଣଙ୍କ ବ୍ରେନ ଏକ୍ସରସାଇଜ ହୋଇଥାଏ |

ଗୀତ ଶୁଣନ୍ତୁ : ଗୀତ ଶୁଣିବା ଦ୍ୱାରା ଆମର ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡିଥାଏ | ଏହା ଆମ ମସ୍ତିସ୍କକୁ ସକ୍ରିୟ କରିଥାଏ | ସଂଗୀତ ଶୁଣିବା ଦ୍ୱାରା ଚିନ୍ତା, ରକ୍ତଚାପ ଓ ଦରଜ କମ କରିଥାଏ | ଏଥିସହିତ ମନୋଦଶା, ମାନସିକ ସତର୍କତା ଓ ସ୍ମୃତି ଶକ୍ତିରେ ସୁଧାର ଆସିଥାଏ |

ପଜଲ ଓ କ୍ରସବୋର୍ଡ ଖେଳନ୍ତୁ : ଏମିତି ସବୁ ଖେଳରେ ନିଜକୁ ସାମିଲ କରନ୍ତୁ ଯାହା ଦ୍ୱାରା ବ୍ରେନ ଏକ୍ସରସାଇଜ ହୋଇଥାଏ | ଆପଣ କଲର ବୁକରେ କଲର କରନ୍ତୁ | କିଛି କାଗଜ ଉପରେ ଚିତ୍ର ଆଂକନ୍ତୁ | ଏଥିସହ ପଜଲ ଓ କ୍ରସ ଗେମ ଖେଳନ୍ତୁ | ଏହାଦ୍ୱାରା ମେମୋରୀ ପ୍ରଖର ହୋଇଥାଏ |

ସ୍ୱାସ୍ଥ୍ୟକର ଖାଦ୍ୟ : ଖାଦ୍ୟ ଆମ ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ | ତେଣୁ ଖାଦ୍ୟରେ ମଞ୍ଜି ଜାତୀୟ ଖାଦ୍ୟ ଖାଆନ୍ତୁ | ଓମେଗା 3 ଫ୍ୟାଟି ଏସିଡ, ଆଣ୍ଟିଅକ୍ସିଡେଣ୍ଟ ଓ କୋଲିନ ଭଳି ତତ୍ତ୍ୱ ରହିଥାଏ | ଯାହା ଆମର ମେମୋରିକୁ ତୀକ୍ଷଣ କରିବାରେ ସାହାଯ୍ୟ କରିଥାଏ |