Odia News Portal

ପରିବା ଦରରେ ନିଆଁ

ପରିବା ଦର ଆକାଶ ଛୁଆଁ । ପଡ଼ୋଶୀ ଯୋଗାଉଛନ୍ତି ଆମେ କିଣୁଛୁ । କାର୍ତ୍ତିକ ସରି ମାର୍ଗଶିର ମାସ ଆସିଲା, ତଥାପି ପନିପରିବା ଦର ତଳକୁ ଖସୁନି । ବଜାରକୁ ଯାଇ ପରିବା ଦର ପଚାରିଲେ ଲାଗୁଛି ଯେମିତି ଜଣେ ଆଉ ଜଣକୁ ଟକ୍କର ଦେଉଛି । ଯେଉଁ ଜିଲ୍ଳାର ପନିପରିବା ପଡ଼ୋଶୀ ଜିଲ୍ଳା ତଥା ପଡୋଶୀ ରାଜ୍ୟକୁ ଗାଡ଼ି ଗାଡ଼ି ହୋଇ ଯାଉଥିଲା ଏବେ ସେହି ଜିଲ୍ଲାକୁ ପଡ଼ୋଶୀ ଜିଲ୍ଳାରୁ ପରିବା ଆସୁଛି । ଆଉ ଅଧିକ ଦରକୁ ନେଇ ଚିନ୍ତାରେ ଉଭୟ କ୍ରେତା ଓ ବିକ୍ରେତା ।

ବଜାରରେ ପରିବା ପସରା ମେଲିଛି । ଦର କହି କହି ଦୋକାନୀ ଗ୍ରାହକଙ୍କୁ ଡାକୁଛନ୍ତି । ହେଲେ ବିକ୍ରି ହେଉନି, କାରଣ ପରିବାର ଆକାଶ ଛୁଆଁ ଦର ଧନୀ ଗରିବ ସବୁ ଗ୍ରାହକଙ୍କୁ ପ୍ରଭାବିତ କରିଛି । କୋରାପୁଟ ଜିଲ୍ଲା ଜୟପୁର ବଜାରରେ ଟମାଟୋ କିଲୋ ପିଛା ୮୦ ଟଙ୍କା ରହିଥିବା ବେଳେ ଫୁଲକୋବି, ବାଇଗଣ, ଭେଣ୍ଡି, ଲଙ୍କା, ଝୁଡଙ୍ଗ ଭଳି କଞ୍ଚା ପରିବା ଦର ୫୦ରୁ ୬୦ ଟଙ୍କା ରହିଛି । ଅଧିକ ଦରକୁ ନେଇ ଗ୍ରାହକ ଚିନ୍ତାରେ ଥିବା ବେଳେ ଦୋକାନୀ କହୁଛନ୍ତି ସ୍ଥାନୀୟ ଅଞ୍ଚଳରେ ପରିବା ଚାଷ ହେଉନଥିବାରୁ ବାହାରୁ ଆଣିବାକୁ ପଡୁଛି, ତେଣୁ ଦର ଅଧିକ ରହୁଛି ।