Odia News Portal

ଜାଣନ୍ତୁ ମୟୂରପଙ୍ଖର ମହତ୍ୱ କଣ ରହିଛି

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ମୟୂରପଙ୍ଖ ର ବେଶ୍ ମହତ୍ୱ ରହିଛି । ଏହା ପବିତ୍ର ପଙ୍ଖ ବୋଲି ବିଶ୍ୱାସ ରହିଛି । ସେହିପରି ଏହି ମୟୁରପଙ୍ଖକୁ ଘରେ ରଖିବା ଦ୍ୱାରା ଲାଭ ହେବା ସହ ସୁଖ ଶାନ୍ତି ମିଳିଥାଏ । ଆପଣମାନେ ସମସ୍ତେ ଜାଣିଥିବେ ଭଗବାନ କାର୍ତ୍ତିକଙ୍କ ବାହାନ ମୟୂର ଥିଲା । ସେହିପରି ଭଗବାନ ଇନ୍ଦ୍ର ସର୍ବଦା ମୟୂରପଙ୍ଖ ସିଂହାସନରେ ବିରାଜମାନ କରୁଥିଲେ ଏବଂ ଶ୍ରୀକୃଷ୍ଣ ବି ତାଙ୍କ ମଥାରେ ମୟୂରପଙ୍ଖ ଲଗାଇଥାନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କୁ ଘରେ ମୟୂରପଙ୍ଖ ରଖିବାର ଲାଭ ବିଷୟରେ କହିବାକୁ ଯାଉଛୁ..

ସେଥିପାଇଁ ଆପଣ ଶୁକ୍ରବାର ଦିନ ବଜାରରୁ କିଛି ମୟୂରପଙ୍ଖ ଆଣିକି ତାକୁ ପୂଜା ସ୍ଥାନରେ ରଖନ୍ତୁ । ଏହି ସମୟରେ ଧ୍ୟାନ ରଖିଥିବେ କି ପୂଜା ସ୍ଥଳରେ ଗଣେଶ,ଲକ୍ଷ୍ମୀ, ସରସ୍ୱତୀ, ହନୁମାନ ଏବଂ ଶିବଙ୍କ ପ୍ରତିମା ଅବଶ୍ୟ ରହିଥିବ ଏବଂ ସମସ୍ତ ଭଗବାନଙ୍କୁ ସିନ୍ଦୁର ଏବଂ ଚାଉଳ ଯୋଗେ ପୂଜା କରନ୍ତୁ ଏବଂ ତାଙ୍କ ସାମ୍ନାରେ ମୟୂରପଙ୍ଖ ରଖି ତାକୁ ବି ପୂଜା କରନ୍ତୁ ।

ପୁଣି ୭ଟି ଧୂପକାଠି ଏବଂ ତିନୋଟି ଦୀପ ଜଳାନ୍ତୁ, ଧ୍ୟାନ ରଖିଥିବେ ସେଥିରୁ ଦୁଇଟି ଘିଅ ଦୀପ ହୋଇଥିବା ଉଚିତ୍ ଏବଂ ତୃତୀୟ ଦୀପ ତେଲ ଦୀପ । ଏହାପରେ ଏକ ଫଟୋ ଫ୍ରେମରେ ମୟୁରପଙ୍ଖ ଲଗାଇ ଯେକୌଣସି ସ୍ଥାନରେ ରଖି ଦିଅନ୍ତୁ । ଏଭଳି କରିବା ଦ୍ୱାରା ଆପଣ ଧନୀ ହୋଇପାରିବେ । ପ୍ରକୃତରେ ଘରର କେଉଁ ସ୍ଥାନରେ ଏହି ମୟୂରପଙ୍ଖ ଫ୍ରେମ ରଖିବା ଶୁଭ ଆସନ୍ତୁ ଜାଣିବା ।

ଲିଭିଙ୍ଗ ରୁମ୍: ଯଦି ଆପଣ ଏହି ସ୍ଥାନରେ ମୟୂରପଙ୍ଖ ଫ୍ରେମ ଲଗାଉଛନ୍ତି ତେବେ ଘରେ ସୁଖ ଶାନ୍ତି ବଳବତ୍ତର ରହିବ ଏବଂ ଝଗଡା ହେବ ନାହିଁ ।

ବେଡରୁମ୍: ଯଦି ଆପଣ ଶୋଇବା ଘରେ ଏହି ଫ୍ରେମ ଲଗାଉଛନ୍ତି ତେବେ ପତି-ପତ୍ନୀ ସମ୍ପର୍କରେ ଭଲ ପାଇବା ବଢିବ ।
ଆଲମିରା ଉପରେ: ଯଦି ଆପଣ ଆଲମିରା ଉପରେ ଫ୍ରେମ ରଖୁଛନ୍ତି ତେବେ ଧନ ବୃଦ୍ଧି ହୋଇଥାଏ ।
ରୋଷେଇ ଘରେ: ଯଦି ଆପଣ ଏଠାରେ ଏହି ଫ୍ରେମ୍ ଲଗାଉଛନ୍ତି ତେବେ କଦାପି ଅନ୍ନ ଅଭାବ ଦେଖାଯାଏ ନାହିଁ ।