Odia News Portal

ସୁଭାଷ ଚନ୍ଦ୍ର ବୋଷ ତାଙ୍କ ସ୍ତ୍ରୀଙ୍କୁ ଶ୍ରଦ୍ଧାରେ ଡାକୁଥିଲେ ଏହି ନାଁରେ …

ବିପ୍ଳବୀ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ବୀରପୁତ୍ର ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ କଟକର ଓଡ଼ିଆ ବଜାରରେ ୧୮୯୭ ମସିହା ଜାନୁୟାରୀ ୨୩ରେ ହୋଇଥିଲା। ସେ କଟକର ରେଭେନ୍ସା କଲିଜିଏଟ୍ ସ୍କୁଲରେ ପାଠ ପଢ଼ିଥିଲେ। କଲିକତାର ପ୍ରେସିଡେନ୍ସି କଲେଜରୁ ବିଏ ପାସ୍ କରିବା ପରେ ୧୯୧୯ରେ ବ୍ରିଟେନ୍ ଚାଲିଯାଇଥିଲେ। ସେଠାରେ ଅଷ୍ଟ୍ରିଆର ଯୁବତୀ ଏମିଲି ଶଙ୍କେଲଙ୍କ ସହ ୧୯୩୪ରେ ସାକ୍ଷାତ ହୋଇଥିଲା। ଦୁଇଜଣ ମିଶି ଗୋଟିଏ ସ୍ଥାନରେ ଚାକିରି କରୁଥିଲେ। ୧୯୩୬ରେ ଅଷ୍ଟ୍ରିଆ ଏବଂ ଚେକୋସ୍ଲୋଭାକିଆ ରହିବା ସମୟରେ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ମଧୁର ହେବାରେ ଲାଗିଲା। ୧୯୧୦ ଜାନୁୟାରୀ ୨୬ରେ ଅଷ୍ଟ୍ରିଆର ଏକ କ୍ୟାଥ୍ଲିକ୍ ପରିବାରରେ ଜନ୍ମିତ ଏମିଲିଙ୍କ ପିତା ଚାହୁଁ ନ ଥିଲେ ତାଙ୍କ ଝିଅ ଜଣେ ଭାରତୀୟଙ୍କ ସହ ମିଳାମିଶା କରୁ ବୋଲି। କିନ୍ତୁ ସୁଭାଷଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଜାଣିବା ପରେ ବିବାହ ଦେବାକୁ ରାଜି ହୋଇ ଯାଇଥିଲେ।

୧୯୩୭ ଡିସେମ୍ବର ୨୭ରେ ଏମିଲିଙ୍କ ସହ ସୁଭାଷଙ୍କ ବିବାହ ଅଷ୍ଟ୍ରିଆରେ ସମ୍ପନ୍ନ ହୋଇଥିଲା। ସେଦିନ ଏମିଲିଙ୍କ ୨୭ତମ ଜନ୍ମଦିବସ ଥିଲା। ବିବାହ ସମୟରେ ସେ ଏମିଲିଙ୍କ ମଥାରେ ଭାରତୀୟ ପରମ୍ପରା ଅନୁସାରେ ସୁଭାଷ ସିନ୍ଦୂର ଲଗାଇଥିଲେ। ଏହି ବିବାହ ସମ୍ପୂର୍ଣ୍ଣ ଗୋପନୀୟ ଥିଲା। କାରଣ ସୁଭାଷ ଚାହୁଁ ନ ଥିଲେ ଜଣେ ବିଦେଶିନୀଙ୍କୁ ବିବାହ କରି ଦେଶରେ ଏହାର କିଛି ପ୍ରଭାବ ପଡୁ। ତେଣୁ ବିବାହକୁ ଗୁପ୍ତ ରଖିଥିଲେ। ସେ ଏମିଲିଙ୍କୁ ଶ୍ରଦ୍ଧାରେ ବାଘୁଣୀ ବୋଲି ଡାକୁଥିଲେ।