Odia News Portal

ଜାଣନ୍ତୁ ଓମିକ୍ରନର ପ୍ରାଥମିକ ଲକ୍ଷଣ

ଦେଶରେ କରୋନା ଭାଇରସ ଯୋଗୁ ଆତଙ୍କ ବଢି ବଢି ଲାଗିଛି । ପ୍ରତିଦିନ କରୋନାର ନୂଆ ମାମଲା ଦେଖିବାକୁ ମିଳୁଛି । କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ମଧ୍ୟ ଦେଶରେ ଦ୍ରୁତ ଗତିରେ ବଢ଼ିଚାଲିଛି । ତେବେ ଆପଣ ଓମିକ୍ରନ ସଂକ୍ରମଣରେ ଅଛନ୍ତି କି ନାହିଁ ଜାଣି ପାରିବେ ଏହି ଲକ୍ଷଣରୁ
କରୋନା ସଂକ୍ରମଣରେ ସାଧାରଣତଃ ଶରୀରରେ କାଶ,ଥଣ୍ଡା ଓ ଜର ଲକ୍ଷଣ ଦେଖାଦେଇଥାଏ । ଆମେରିକାର ୟଲ ସ୍କୁଲ ଅଫ ମେଡିସିନ ବିଭାଗର ସହାୟକ ପ୍ରଫେସର ଜର୍ଜ ମୋରେନ ଓମିକ୍ରନ ସହ ଜଡ଼ିତ କିଛି ଏମିତି ଲକ୍ଷଣ ସମ୍ପର୍କରେ କହିଛନ୍ତି ।
ସେ କହିଛନ୍ତି ଯେ ଓମିକ୍ରନ ସଂକ୍ରମଣରେ ପ୍ରଥମ ଲକ୍ଷଣ ଗଳାରେ ଦେଖାଦେଇଥାଏ । ଓମିକ୍ରନର ପ୍ରାଥମିକ ଲକ୍ଷଣ ଭାବେ ଗଳା କୁଣ୍ଡାଇ ହେବା ବା ଦରଜ ହେବା ଦେଖାଦେଇଥାଏ । ଯାହା ଫଳରେ ଖାଦ୍ୟ ପଦାର୍ଥ ଗିଳିବାରେ ଅସୁବିଧା ଦେଖାଦେଇଥାଏ ।
ଏହାଛଡ଼ା ନରେଓ୍ଵ, ଦକ୍ଷିଣ ଆଫ୍ରିକା ଓ ବ୍ରିଟେନର ବିଶେଷଜ୍ଞମାନେ ମଧ୍ୟ ଓମିକ୍ରନରେ ଗଳା ଦରଜ ହେବା ପ୍ରଥମ ଲକ୍ଷଣ ବୋଲି କହିଛନ୍ତି । ଏହାଛଡ଼ା ନାକ ବନ୍ଦ ହେବା, ଶୁଖିଲା କାଶ ଓ ଶରୀର ଦରଜ ହେବା ଭଳି ଲକ୍ଷଣ ଦେଖା ଦେଇଥାଏ ।