Odia News Portal

ଆଇ.ଏ.ଏସ୍. ସ୍ତରରେ ବିରାଟ ଅଦଳବଦଳ

ଭୁବନେଶ୍ୱର:   ଏକ ବିରାଟ ଅଦଳବଦଳ ସୂଚନା ମିଳିଛି ଆଇ.ଏ.ଏସ୍‌. ସ୍ତରରେ । ଆର୍‌. ଭନୀଲ କ୍ରିଷ୍ଣା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ନିଯୁକ୍ତ ହୋଇଛନ୍ତି । ଅଦଳବଦଳ ଅନୁଯାୟୀ ୪ ଜିଲ୍ଲାପାଳଙ୍କର ବଦଳି ହୋଇଛି ଏବଂ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ପୁରୀର ନୂଆ ଜିଲ୍ଲାପାଳ ହୋଇଛନ୍ତି । ସେମିତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କୁ ଓଡ଼ିଶା ଖଣି ନିଗମର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଜଗତସିଂହପୁର ଜିଲ୍ଲାପାଳ ସରୋଜ ମିଶ୍ର ରାୟଗଡ଼ା ଜିଲ୍ଲାପାଳ ହୋଇଛନ୍ତି ।

ଆଇ.ଏ.ଏସ. ପ୍ରମୋଦ ବେହେରାଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ମିଳିବା ସହିତ ଅତିରିକ୍ତ ସଚିବ ପାରୁଲ ପଟୱାରୀଙ୍କୁ ପୂର୍ତ୍ତ ବିଭାଗର ଉପସଚିବ, ବିଶାଳ ସିଂଙ୍କୁ ଯାଜପୁର ଡ଼ି.ଆର.ଡ଼ି.ଏ. ର ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି ।