Odia News Portal

ଆଜିଠାରୁ ଭାରତ ୟୁ.ଏନ୍‌.ଏସ୍‌.ସି. ରେ ଅସ୍ଥାୟୀ ସଦସ୍ୟ

ନୂଆଦିଲ୍ଲୀ: ନୂଆ ବର୍ଷରେ ଜାତିସଂଘରେ ଭାରତ ପ୍ରତିନିଧିତ୍ୱ କରିବା ନେଇ ନୂଆ ଆଶା ସଂଚାର ହୋଇଛି । ସମୁଦାୟ ଅଷ୍ଟମ ଥର ପାଇଁ ଆଜିଠାରୁ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ କାମ ଆରମ୍ଭ କରିବ । ଏନେଇ ଦୁଇ ବର୍ଷ ପାଇଁ ଭାରତ ଏହି ଗୁରୁ ଦାୟିତ୍ୱ ତୁଲାଇବାକୁ ନିର୍ବାଚିତ ହୋଇଥିବା ଜଣା ପଡ଼ିଛି । ଅସ୍ଥାୟୀ ସଦସ୍ୟ ଭାବେ ଭାରତ ମାନବିକ ଅଧିକାର ତଥା ବିକାଶ ଭଳି ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବ ।

ତେବେ ପୂର୍ବରୁ ଭିଏତନାମ, ସେଣ୍ଟ, ଭିନସେଣ୍ଟ, ଗ୍ରେନାଡ଼ାଇନ୍ସ, ଇଷ୍ଟୋନିଆ ଓ ଟ୍ୟୁନିସିଆ ଭଳି ରାଷ୍ଟ୍ରମାନେ ୟୁ.ଏନ୍‌.ଏସ୍‌.ସି. ରେ ଅସ୍ଥାୟୀ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ବେଳେ ୧୦ ଅସ୍ଥାୟୀ ସଦସ୍ୟ ଓ ୫ ସ୍ଥାୟୀ ପ୍ରତିନିଧି ରହିଛନ୍ତି । ଏବଂ ୟୁ.ଏନ୍‌.ଏସ୍‌.ସି. ରେ ଅସ୍ଥାୟୀ ସଦସ୍ୟ ଭାବେ ଭାରତ ବ୍ୟତୀତ କେନିଆ, ଆୟର୍ଲାଣ୍ଡ, ନରୱେ ଓ ମେକ୍ସିକୋ ଆଜିଠାରୁ ଯୋଗ ଦେଇଛନ୍ତି ।