Odia News Portal

ଖସିଲା ବସ୍, ସ୍କୁଲ୍ ପିଲାଙ୍କ ସହ ୧୬ ମୃତ

ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର ଏକ ଘରୋଇ ବସ୍ ଖାଇକୁ ଖସିପଡ଼ିବାରୁ କିଛି ସ୍କୁଲ ପିଲାଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି।

କୁଲୁ ଡେପୁଟି କମିଶନର ଆଶୁତୋଷ ଗର୍ଗ କହିଛନ୍ତି ଯେ ସୈଞ୍ଜକୁ ଯାଉଥିବା ବସ୍ ସକାଳ ପ୍ରାୟ ୮.୩୦ ସମୟରେ ଜଙ୍ଗଲା ଗ୍ରାମ ନିକଟ ଏକ ଘାଟିରୁ ତଳକୁ ଖସି ପଡିଥିଲା।

ସେ କହିଛନ୍ତି ଜିଲ୍ଲା ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି, ହିମାଚଳ ପ୍ରଦେଶର କୁଲ୍ଲୁରେ ଘଟିଥିବା ବସ୍‌ ଦୁର୍ଘଟଣା ହୃଦୟବିଦାରକ। ଏଭଳି ଦୁଃସମୟରେ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା। ଆହତମାନେ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା। ପ୍ରଭାବିତ ବ୍ୟକ୍ତିମାନଙ୍କୁ ସ୍ଥାନୀୟ ପ୍ରଶାସନ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦେଉଛି।