ଏନକାଉଣ୍ଟରରେ ଦୁଇ ନକ୍ସଲ ନିହତ
ମାଲକାନଗିରି : ଛତିଶଗଡ ର କାଙ୍କେର ଓ କୋଣ୍ଡାଙ୍ଗାଓ ଜିଲ୍ଲା ସୀମାନ୍ତ ଜଙ୍ଗଲକେସକାଲ ବ୍ଲକ ଅନ୍ତର୍ଗତ କୁଂଏମାରୀ ଜଙ୍ଗଲ ମଧ୍ୟରେ ଆଜି ସକାଳ 10 ଟା ସମୟରେ ସୁରକ୍ଷାବଳ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଏହି ଏନକାଉଣ୍ଟର ରେ ଦୁଇଜଣ ନକ୍ସଲ ର ନିହତ ହୋଇଥିବା ବେଳେ ଯବାନଙ୍କ କୌଣସି ପ୍ରକାର କ୍ଷତି ହୋଇନାହିଁ ।
ସୂଚନା ମୁତାବକ ଡିଆରଜି ଯବାନମାନେ କୋଣ୍ଡାଙ୍ଗାଓ ଓ କାଙ୍କେର ଜିଲ୍ଲା ର ସୀମାନ୍ତ ଜଙ୍ଗଲ ମଧ୍ୟରେ କମ୍ବିଂ ଅପେରସନ କରୁଥିବା ସମୟରେ ନକ୍ସଲ ସହ ମୁହାଁମୁହଁ ହୋଇଥିଲେ ଉଭୟ ମଧ୍ୟରେ ଏକ ଘଣ୍ଟା ଯାଏଁ ଗୁଳିଚାଲାଣ ହୋଇଥିଲା । କିଛି ସମୟ ପରେ ନକ୍ସଲ ପଛଘୁଞ୍ଚା ଦେବା ପରେ ଯବାନମାନେ ଘଟଣାସ୍ଥଳରେ ସର୍ଚିଙ୍ଗ ଆରମ୍ଭ କରିଥିଲେ ସର୍ଚିଙ୍ଗ ସମୟରେ ଯବାନମାନଙ୍କୁ ଦୁଇ ଜଣ ନକ୍ସଲଙ୍କ ମୃତ ଶବ ସହ ଚାରୋଟି ବନ୍ଧୁକ ମିଳିଥିଲା ମୃତ ନକ୍ସଲ ଙ୍କ ପରିଚୟ ବର୍ତମାନ ସୁଦ୍ଧା ହୋଇପାରିନାହିଁ ସେଥି ମଧ୍ୟରୁ ଜଣେ ମହିଳା ଏବଂ ଆଉ ଜଣେ ପୁରୁଷ ନକ୍ସଲ । କୋଣ୍ଡାଙ୍ଗାଓ ଏସପି ଶୀର୍ଦ୍ଧାନ୍ତ ତିୱାରୀ ଏହି ଘଟଣା ର ପୁଷ୍ଟି କରିଛନ୍ତି । ଦୁଇ ମାସ ତଳେ ନକ୍ସଲ ଙ୍କ ଦ୍ୱାରା କୁଂଏମାରି ରେ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା ନିର୍ମାଣ କାର୍ଯ୍ୟ ରେ ଲାଗିଥିବା 17ଟି ଗାଡି କୁ ପୋଡିଦେଇଥିଲେ ଯାହା ପରେ ପୋଲିସ ଓ ଡିଆରଜି ଯବାନ ଙ୍କ ଦ୍ୱାରା ଏହି ସ୍ଥାନରେ କମ୍ବିଂ ଅପେରସନ ଆରମ୍ଭ କରାଯାଇଥିଲା ।