Odia News Portal

ଚୋରା ବୋଲେରୋ ଜବତ ୫ ଗିରଫ

ଯାଜପୁର  ଜିଲ୍ଲା ବୈରୀ ଥାନା ଅଞ୍ଚଳରୁ ଗତ ୧୫ ତାରିଖ ରାତିରେ ଛତିଆ ଉପର ବଜାରରୁ ଚୋରି ହୋଇଥିବା ଧଳା ରଙ୍ଗର  ବୋଲେରୋ ନଂ OR 05 AS 7052 କୁ   ଗତକାଲି ବୈରୀ ପୁଲିସ ର ଏକ ସ୍ୱତନ୍ତ୍ର ଟିମ କଟକ ଜିଲ୍ଲା ଅନ୍ତର୍ଗତ ସାଲେପୁର ରୁ ଜବତ କରିଛି।ବୈରୀ ଥାନା ଅଧିକାରିଣୀ ସଂଘମିତ୍ରା ନାୟକ ଓ ଏଏସ. ଆଇ ଜହର ଆବେଦିନ  କୌଣସି ସୂତ୍ରରୁ ଖବର ପାଇ ସେଠାରେ ଚଢ଼ାଉ କରିଥିଲେ,ଚଢ଼ାଉ ବେଳେ ପୁଲିସ ପ୍ରବଳ ବିରୋଧର ସମ୍ମୁଖୀନହୋଇଥିଲା।ଘଟଣା ସ୍ଥଳରୁ ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ,ମୁଖ୍ଯ ଆସାମୀ ଦ୍ୱୟ ଶ୍ୟାମ ସୁନ୍ଦର ଦାସ୍ ଓ ଜଗବନ୍ଧୁ ବାରିକ୍ ଫେରାର ହୋଇଯାଇଥିଲେ।ଗିରଫ ମଧ୍ୟରୁ  ୩ ଜଣ କଟକ ସାଲେପୁର ଅଞ୍ଚଳର ହୋଇଥିବା ବେଳେ ଆଉ ୨ ଜଣ ବରୀ ଅଂଚଳ ର ବୋଲି ପୋଲିସ ପ୍ରକାଶ କରିଛନ୍ତି।ମୁଖ୍ୟ ଆସାମୀ ଫେରାର ଅଛି, ଚଢ଼ାଉ ଜାରି  ରହିଛି, ଦୀର୍ଘ ଦିନ ହେଲା ଏମାନେ ବୃତ୍ତିଗତ ଭାବେ ବିଭିନ୍ନ ଅଞ୍ଚଳରୁ ଗାଡି ଚୋରି କରି ଏହାର ପାର୍ଟକୁ ଖୋଲି ବିକ୍ରି କରୁଥିଲେ ବୋଲି ସ୍ୱୀକାର କରିଛନ୍ତି। ଖୁବ ଶୀଘ୍ର ଏହି ରାକେଟ କୁ ଧରାହେବ ବୋଲି ବୈରୀ ଥାନା ଅଧିକାରିଣୀ କହିଛନ୍ତି ।ଦୁର୍ବୁତ୍ତ ମାନେ ଚୋରି ବୋଲେରୋର ସମସ୍ତ ଯନ୍ତ୍ରାଂଶ ଖୋଲି ବିକ୍ରୀ କରିଦେଇଥିବା ବେଳେ,ପୁଲିସ କେବଳ ବଡିଟି କୁ ଠାବ କରିପାରିଥିଲେ।ଗିରଫ ୫ ଜଣଙ୍କ ନାମରେ ଆଇପିସି ୩୭୯ ଦଫା ଅନୁଯାଈ କୋର୍ଟ ଚାଲାଣ କରାଯାଇଛି।ବୈରୀ ଥାନା ପକ୍ଷରୁ କେସ୍ ନଂ ୧୦୪/୨୦୨୨ ମାମଲା ଋଜ୍ଜୁ କରାଯାଇଛି।ବୈରୀ ପୁଲିସ ପକ୍ଷରୁ ଅସରଫ ଅଳ୍ଲୀ,ଦୀଲିପ ସ୍ବାଇଁ,ହୃଷିକେଶ ପୃଷ୍ଟି ପ୍ରମୁଖ ସାମିଲ ହୋଇଥିଲେ।