Odia News Portal

ବାଲେଶ୍ୱର ବେଳାଭୂମିର ବିକାଶ ପାଇଁ ନକ୍ସା ଆଙ୍କୁଛନ୍ତି ୫-ଟି ସଚିବ

ଜଳେଶ୍ୱର: ବାଲେଶ୍ୱରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତାଳସରୀ ଓ ଉଦୟପୁର ବେଳାଭୂମିର ହେବ ଉନ୍ନତି । ଜଳେଶ୍ୱରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ୫-ଟି ସଚିବ ଭି. କେ. ପାଣ୍ଡିଆନ୍‌ ଓ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ବେଳାଭୂମିର ନକ୍ସା ଦେଖିଛନ୍ତି ।

ଏହାସହ ବିଭାଗୀୟ ଅଧିକାରୀଙ୍କ ସହ ବି ବେଳାଭୂମିର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଫାଇଭ୍‌ ଟି ସଚିବ । ବିସ୍ତୀର୍ଣ୍ଣ ବେଳାଭୂମି ବୁଲି ଦେଖିଥିଲେ ।

ତାଳସରୀ ଓ ଉଦୟପୁର ବେଳାଭୂମିର କିଭଳି ବିକାଶ କରାଯିବ ଓ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ସେନେଇ ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ଫାଇଭ୍‌ ଟି ସଚିବ ଭି.କେ ପାଣ୍ଡିଆନ୍‌।