Odia News Portal

ବିଜେଡିର ୯ ପ୍ରାର୍ଥୀ ତାଲିକା ଘୋଷଣା ,ପୁଣି ପିପିଲିରୁ ମହାରଥୀ

ଭୁବନେଶ୍ୱର () ବିଜେଡି ସୁପ୍ରିମୋ ନବୀନ ପଟନାୟକ ଆଜି ଆଉ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଜଗତ୍ସିଂହପୁରରୁ ପ୍ରଶାନ୍ତ ମୁଦୁଲି, ବାଲିକୁଦା-ଏରସମାରୁ ରଘୁନନ୍ଦନ ଦାସ, ନିମାପଡାରୁ ସମୀର ରଞ୍ଜନ ଦାସ, ନିଆଳିରୁ ଡାକ୍ତର ପ୍ରାମୋଦ ମଲ୍ଲିକ, ପିପିଲିରୁ ପ୍ରଦୀପ ମହାରଥୀ, ଆନନ୍ଦପୁରରୁ ଭାଗିରଥୀ ସେଠୀ, ନୀଳଗିରିରୁ ସନ୍ତୋଷ ଖଟୁଆ, ଧାମନଗରରୁ ରାଜେନ୍ଦ୍ର ଦାସ ଓ କାକଟପୁରରୁ ସୁରେନ୍ଦ୍ର ସେଠୀ ବିଜେଡି ପ୍ରାର୍ଥୀ ହୋଇଛନ୍ତି ।

ପିପିଲିରୁ କିଏ ହେବେ ବିଜେଡି ପ୍ରାର୍ଥୀ, ସେନେଇ ଅନେକ ଦିନରୁ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଥିଲା । ପ୍ରଦୀପ ମହାରଥୀଙ୍କ ବଦଳରେ ତାଙ୍କ ପତ୍ନୀଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିଲା । ତେବେ ସବୁ ଚର୍ଚ୍ଚା ଏବଂ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପଡିଛି । ପିପିଲି ବିଧାନସଭା ଆସନରୁ ପୁଣି ଥରେ ପ୍ରଦୀପ ମହାରଥୀଙ୍କୁ ପ୍ରାର୍ଥୀ କରିଛି ବିଜେଡି । ପିପିଲିରେ ଏଥର କଡା ଟକ୍କର ହେବାକୁ ଯାଉଥିବା ଅନୁମାନ କରାଯାଉଛି ।