Odia News Portal

ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଯୁବକ ଗିରଫ

ରାୟଗଡା ଜିଲ୍ଲା ଟିକିରି ଅଞ୍ଚଳର ଜଣେ ଯୁବତିଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ସହ ତାର ଅଶ୍ଲୀଳ ଭିଡିଓ ଭାଇରାଲ କରିବା ଅଭିଯୋଗରେ ହୋଇଛି। ଏହି ମାମଲାରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ପୋଲିସା ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଥାନାରେ ପଚରା ଉଚରା ପରେ ଯୁବକଙ୍କୁ କୋର୍ଟ୍‌ ଚାଲାଣ କରିଛି ପୁଲିସ ।

ଅଭିଯୁକ୍ତ ଯୁବକ ଜଣକ ରାହୁଲ ଡଙ୍ଗରି ଓ ତାଘର ଲକ୍ଷ୍ମୀପୁର ବୋଲି ପୋଲିସ ସୂଚନା ଦେଇଛି । ଏନେଇ ଯୁବତୀଙ୍କ ମା ଲକ୍ଷ୍ମୀପୁର ଥାନାର ଦ୍ୱାରସ୍ଥ ହୋଇ ୨୩ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ରାୟଗଡାରୁ ଅଭିଯୁକ୍ତ ଲକ୍ଷ୍ମୀପୁର ପୋଲିସ ଗିରଫ କରିବା ସହ ଯୁବତୀକୁ ଉଦ୍ଧାର କରିଥିଲା । ପରେ ଉଭୟଙ୍କ ଡାକ୍ତରି ମାଇନା କରିବା ପରେ ଏକ ମାମଲା ରୁଜୁ କରି ତାକୁ କୋର୍ଟ୍‌ ଚାଲାଣ କରା ଯାଇଥିବା ଆଇଆଇସି ଶ୍ୱେତ ପଦ୍ମା ସେଠ୍‌ କହିଛନ୍ତି ।