Odia News Portal

ଭାରତର ଏମିତି ଏକ ଗାଁ, ଯାହା ଏବେ ପାଲଟିଛି ମଶାଣୀ,ତାକୁ କୁହାଯାଉଛି ଚିରୁଗୁଣିଙ୍କ ଚରାଭୁଇଁ

ରାତି ତ ଦୂରର କ‌ଥା, ଦିନ ବେଳା ବି ଏହି ଗାଁକୁ ଯିବାକୁ କହିଲେ, ଥରୁଛନ୍ତି ପାଖ ପଡ଼ୋଶୀ ଗାଁର ଲୋକେ। ନିରକ୍ଷର ଲୋକଙ୍କ କ‌ଥା ହୁଏତ ଅବମାନନା କରିହେବ, କିନ୍ତୁ ଏଠାକାର ଶିକ୍ଷିତ ଯୁବକ ବି ଏହି ଗାଁକୁ ନେଇ ଯେଉଁ ଛାତିଥରା କଥା କହୁଛନ୍ତି, ତାହା ଏହି ଗାଁର ଚିତ୍ରକୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି। କୋଲକାତାରୁ ୨୦୦ କିଲୋମିଟର ଦୂର ଆସନସୋଲ୍‌ ପାଖରେ ରହିଛି ବେନାଗ୍ରାମ ଗାଁ। ଗାଁରେ ରହିଛି ପାଖାପାଖି ୫୦୦ରୁ ଅଧିକ ଘର, କିନ୍ତୁ କୌଣସି ଘରେ ଲୋକ ନାହାନ୍ତି।

ଘରଗୁଡ଼ିକୁ ଦେଖିଲେ ଲାଗୁଛି, ସତେ ଯେମିତି ଏହା ଗୋଟିଏ ଗୋଟିଏ ଭୂତକୋଠି। ବିଭିନ୍ନ ଗଛଲତାରେ ଢ଼ାଙ୍କି ହୋଇ ରହିଛି ଏହି ଗାଁର ସବୁ ଘର। ଲୋକଙ୍କର ବିଶ୍ବାସ ରହିଛି ଏ ଗାଁ କୁଆଡ଼େ ଭୂତପ୍ରେତଙ୍କ ଚରାଭୁଇଁ ପାଲଟିଛି। କିନ୍ତୁ ଏସବୁକୁ ଦେଖି ମନରେ ଉଠେ ଅନେକ ପ୍ରଶ୍ନ। ଏହି ଗାଁକୁ ନେଇ କିଛି ମନସ୍ତତ୍ବବିତ କହିଛନ୍ତି କହିଛନ୍ତି ଯେ, ଦିନ ‌ଥିଲା ଏଠି ଜନବସତି ଥିଲା, କିନ୍ତୁ ଏହି ଗାଁ ସହର ଠାରୁ ଦୂରରେ  ରହିଥିବା ହେତୁ ଏହା ଅପରାଧୀଙ୍କ ପେଣ୍ଠସ୍ଥଳୀ ପାଲଟିଥିବା କୁହାଯାଏ। ପ୍ରତ୍ୟେକ ଦିନ ସକାଳୁ ଏଠାକାର ଲୋକ ଅଜଣା ଶବ ସବୁ ଦେଖିବାକୁ ପାଉଥିଲେ। ଏହି ଗାଁ ଦେଇ ଯାଇଥିବା ରେଳ ଧାରଣା ଉପରେ ପ୍ରତ୍ୟେକ ଦିନ ଲୋକ ମରିପଡ଼ିଥିବା ଦେଖିବାକୁ ମିଳେ। କିଛି ଲୋକଙ୍କୁ ହତ୍ୟା କରାଯାଇଥିବା କୁହାଯାଉଥିବା ବେଳେ କିଛି ଲୋକଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି।

 ଲୋକଙ୍କର ବିଶ୍ବାସ ଯେ, ଏଠି ଏମିତି କିଛି ଅଦୃଶ୍ୟ ଶକ୍ତି ରହିଥିଲା, ଯେଉଁଥି ପାଇଁ ଲୋକଙ୍କର ଜୀବନ ଯାଉଥିଲା। ତେବେ ଏଭଳି ତମାମ ଘଟଣା ବାରମ୍ବାର ଘଟିବା ପରେ ଏହି ଗାଁ ଛାଡ଼ି ଲୋକେ ଚାଲିଯାଇଥିବା କୁହାଯାଏ। ହେଲେ ଅପରାଧୀ ମାନଙ୍କର ଆତଙ୍କ ନା କିଛି ଅଲୌକିକ ଶକ୍ତି ଏହି ଗାଁକୁ ଜନଶୁନ୍ୟ କରି ମଶାଣୀ ଭୁଇଁ ସଜାଇ ଦେଇଛି, ତାହା ଆଜି ବି ରହସ୍ୟ।