କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜୁ ଏକ୍ସପ୍ରେସ ୱେ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ତିରିଶ ଜଣ ଆହତ ହୋଇଥିବା ବେଳେ ଏଗାର ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।ସୂଚନା ଅନୁଯାୟୀ ଆଜି ସକାଳୁ କୋକସରା ଥାନା ଅଧୀନ ପଲସପାନି ଗ୍ରାମର ୩୫ ଜଣ ଶ୍ରମିକ ଧାନ ରୋଇବା ପାଇଁ ଧର୍ମଗଡ଼ ନିକଟ ତେତେଲିଆ ଗ୍ରାମ କୁ ଏକ ପିକ ଅପ୍ ଭ୍ୟାନ OD 08M4771 ରେ ଯାଉଥିବା ସମୟରେ ବିଜୁ ଏକ୍ସପ୍ରେସ ୱେ ପିପଲା ନିକଟ ରେ ପିକ୍ ଅପ୍ ଭ୍ୟାନ ଟି ଭାରସ୍ୟାମ ହରାଇ ଓଲଟି ପଡିଥିଲା ,ଫଳରେ ସମସ୍ତ ଶ୍ରମିକ ଆହତ ହୋଇଥିଲେ, ଆହତ ଶ୍ରମିକ ମାନଙ୍କୁ ତୁରନ୍ତ 108 ଆମ୍ବୁଲାନ୍ସ ଯୋଗେ ଧର୍ମଗଡ଼ ମେଡ଼ିକାଲ ରେ ଭର୍ତି କରାଯାଇଥିଲା । ଏଗାର ଜଣ ଶ୍ରମିକ ଙ୍କ ସ୍ଵାସ୍ଥ୍ୟ ବସ୍ଥା ଗୁରୁତ୍ୱର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା କୁ ସ୍ଥାନାନ୍ତରିତ କରାଯାଇଛି । ଡ୍ରାଇଭର ଙ୍କ ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ବୋଲି ଆହତ ଶ୍ରମିକ ମାନେ ପ୍ରକାଶ କରିଛନ୍ତି ।