Odia News Portal

ଏମସର ଓପିଡି ବିଭାଗ ବନ୍ଦ

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଭିନ୍ନ ଓପିଡିକୁ ବନ୍ଦ କରିଛି ଭୁବନେଶ୍ବର ଏମସ । ଆସନ୍ତା ୧୭ ଜାନୁଆରୀରୁ ଏହି ସେବା ବନ୍ଦ ରହିବ । ତେବେ ଅଳ୍ପ କେତେକ ବିଭାଗ ର ସେବା ଜାରି ରହିବ। ଡେ କେୟାର ସର୍ଭିସ, ରେଡିଓ ଥେରାପି, ଡାୟାଲିସିସ, ଟ୍ରମା ଓ ଏମର୍ଜେନସି, ଲାଇଭ-ସେଭିଂ ସର୍ଜରୀ, ଟେଲିମେଡିସିନ ଓ ଟେଲିକନସଲଟେସନ, ଆଇପିଡି ସେବା, ପଲମନାରୀ, ଆନେସ୍ଥେସିଓଲୋଜି ଓ କୋଭିଡ ଟିକାକରଣ ସେବା ଖୋଲାରହିବ ।
ସେପଟେ ହସ୍ପିଟାଲକୁ ଆସୁଥିବା ରୋଗୀ ଯଦି ଅତ୍ୟଧିକ ଗୁରୁତର ନାହାଁନ୍ତି ତେବେ ଓପିଡିକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି । ଯେଉଁମାନେ ଅନଲାଇନରେ ପୂର୍ବରୁ ଟିକେଟ ବୁକ୍ କରିଛନ୍ତି ସେମାନେ ନିର୍ଦ୍ଦିଷ୍ଟ ତାରିଖରେ ଆସିବା ଲାଗି କୁହାଯାଇଛି । କୋଭିଡ ସଂକ୍ରମଣ ବଢୁଥିବା ବେଳେ ଏଭଳି କଟକଣା ଜାରି କରାଯାଇଛି । ବିଭିନ୍ନ ଓପିଡି ଖୋଲା ରହୁଥିବାରୁ ବାହାରେ ଅତ୍ୟଧିକ ଗହଳି ଜମୁଛି । ଅନ୍ୟପଟେ ଏମସ ସ୍ବାସ୍ଥ୍ୟ ଆପ ଓ ଟେଲିମେଡିସିନ ଜରିଆରେ ରୋଗୀଙ୍କ ଚେକ୍ ଅପ କରାଯିବ ବୋଲି ମେଡିକାଲ ପକ୍ଷରୁ ସୂଚନା ମିଳିଛି ।