Odia News Portal

ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲିଲା

ସମ୍ବଲପୁର: ପ୍ରବଳ ବର୍ଷା । ବଢ଼ୁଛି ଜଳସ୍ତର । ହୀରାକୁଦ ଜଳ ଭଣ୍ଡାରର ଆଉ ୬ଟି ଗେଟ୍ ଖୋଲିଛି । ବର୍ତ୍ତମାନ ହୀରାକୁଦ ଡ୍ୟମ୍ର ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ବଙ୍ଗୋପସାଗରରେ ସୃଷ୍ଟ ଅବପାତ ବା ଡିପ୍ରେସନ ଏବେ ଓଡ଼ିଶା ଉପରୁ ସଂପୂର୍ଣ୍ଣ ଭାବେ ଅପସରିଯାଇଛି । ଆଜି ସକାଳ ସାଢେ ୫ଟା ସୁଦ୍ଧା ଏହା ଉତ୍ତର ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶରେ ପହଞ୍ଚିଛି । ତେବେ ଏହା ଦୁର୍ବଳ ହୋଇ ଏବେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୪୮ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅବପାତ ଏବେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ପ୍ରବଳ ବର୍ଷା କରାଉଥିବାରୁ ମହାନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା ଫଳରେ ହୀରାକୁଦରେ ଜଳସ୍ତର ଆହୁରି ବଢିବାର ସମ୍ଭାବନା ରହିଛି ।