Odia News Portal

ଜାଣନ୍ତୁ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ କେମିତି ରହିବ ନବବର୍ଷ,ମିଳିପାରେ ଶୁଭ ସୂଚନା !

ମେଷ ରାଶି ୨୦୨୧ ରାଶିଫଳ

ମେଷ ରାଶି ଲୋକମାନେ ସାଧାରଣତଃ ଜୀବନରେ ଅଧିକ ସଂଘର୍ଷ ର ସାମ୍ନା କରନ୍ତି । ଏମାନେ ଜୀବନରେ ସଂଘର୍ଷ ରେ ହାରିବା କିମ୍ବା ମନରେ ହାରିବାକୁ ସ୍ୱୀକାର କରନ୍ତି ନାହିଁ । ଶେଷ ପର୍ଯ୍ୟନ୍ତ ଏମାନେ ଚେଷ୍ଟା କରନ୍ତି ଓ ସଫଳ ବି ହୁଅନ୍ତି ।

ମେଷ ରାଶିର ଲୋକମାନଙ୍କ ପାଇଁ ୨୦୨୧ ଶୁଭଦାୟକ ରହିବ । ୯ ନମ୍ବର ଆପଣଙ୍କପାଇଁ ଶୁଭ ରହିବ । ଶୁଭକାର୍ଯ୍ୟର ଆରମ୍ଭ ମଙ୍ଗଳବାର ଦିନ କରନ୍ତୁ । ୨୦୨୧ରେ  କ୍ୟାରିୟର ରେ ନୂଆ ଉଡାଣ ଦେଖିବାକୁ ମିଳିବ । ଲାଭଜନକ ସ୍ଥିତି ବର୍ଷ ସାରା ରହିବ । ନିଜ ଚାକିରୀରେ ଆପଣ ସମସ୍ତ ଦକ୍ଷତା କୁ ପ୍ରତିପାଦିତ କରିପାରିବେ । କେବଳ ଧ୍ୟାନପୂର୍ବକ ପରିଶ୍ରମର ସହିତ ନିଜ କାର୍ଯ୍ୟ କରିଚାଲନ୍ତୁ । ୧୪ ଅପ୍ରେଲ୍ ରୁ ୧୪ ମଇ୨୦୨୧ ପର୍ଯ୍ୟନ୍ତ ସୂର୍ଯ୍ୟ ମେଷ ରାଶି ରେ ଉଚ୍ଚ ହୋଇ ବିରାଜିତ ରହିବେ । ଯେଉଁଥିପାଇଁ ନୂଆ ରାସ୍ତା ଖୋଲିବ ଓ ସଫଳତା ନିଶ୍ଚୟ ମିଳିବ । ବିଜ୍‌ନେସ୍ କରୁଥିବା  ଲୋକମାନଙ୍କପାଇଁ ୧୪ ମଇ ଠାରୁ୧୪ ଜୁନ୍ ପର୍ଯ୍ୟନ୍ତ ବୃଷଭ ରାଶିରେ ରାହୁ ରହି ଗ୍ରହଣ ଦୋଷ ସୃଷ୍ଟି କରିବେ । ଏହି ସମୟରେ ସଂପର୍କରେ ଫାଟ,ପଇସା ଅଟକିଯିବା କିମ୍ବା ଧୋକା ପାଇବାର ସମ୍ଭାବନା ରହିଛି ।

  • ଆର୍ଥିକ ସ୍ଥିତି ସାମାନ୍ୟ ରହିବ । ସୁରକ୍ଷିତ ଆର୍ଥିକ ବିକଳ୍ପ ବାଛନ୍ତୁ । ୨୦୨୦ ରେ ବନ୍ଦ ହୋଇ ରହିଥିବା କାର୍ଯ୍ୟ ଆଗକୁ ବଢିବ ।
  • ବର୍ଷର ଆରମ୍ଭରେ ଆପଣ ପରିବାରକୁ ଅଧିକ ସମୟ ଦେଇପାରିବେ ନାହିଁ । ସୁଖ,ଶାନ୍ତି,ସ୍ନେହ ବଜାୟ ରହିବା ସହିତ ବିବାହ ଆଦିର ଯୋଗ ରହିଛି । ମାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ । ପିତାଙ୍କ ସହିତ ଭଲ ସଂପର୍କ ରଖନ୍ତୁ । ଜମିବାଡି ମାମଲା ରେ ଶୁଭଫଳ ମିଳିବ । ସନ୍ତାନ ସୁଖ ମଧ୍ୟ ଏହି ବର୍ଷ ମିଳିବ ।
  • ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଅସ୍ଥି ଜନିତ ରୋଗ, ଚକ୍ଷୁ ଜନିତ ରୋଗ, ଆସ୍ଥମା, ହାଇବ୍ଲଡପ୍ରେସର ଆଦି ସମସ୍ୟା ଦେଖାଦେଇପାରେ ।
  • ଏହି ବର୍ଷ ପ୍ରେମ ଜୀବନରେ ମିଶ୍ରିତ ଫଳ ମିଳିବ । ଏପ୍ରିଲ୍ ଏବଂ ସେପ୍ଟେମ୍ବର ରେ ପ୍ରେମ ଜୀବନ ସୁଖଦ ରହିବ ।
  • ଶିକ୍ଷା କ୍ଷେତ୍ରରେ ଜାନୁଆରୀ ରୁ ମାର୍ଚ୍ଚ  ପର୍ଯ୍ୟନ୍ତ ସଫଳତା ମିଳିବ ।ଆପଣଙ୍କୁ ପରିଶ୍ରମ ର ଆବଶ୍ୟକତା ରହିଛି । ବର୍ଷର ଶେଷ ମାସ ଗୁଡିକରେ ଏକାଦଶରେ ଥିବା ଗୁରୁ ମଧ୍ୟ ଶୁଭଫଳ ଦେବେ ।
  • ହନୁମାନଙ୍କ ଆରାଧନା ଏହି ବର୍ଷ କରଣୀୟ । ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ସୁନ୍ଦରକାଣ୍ଡର ପାଠ କଲେ ସମସ୍ତ ବାଧାବିଘ୍ନ ଖଣ୍ଡନ ହେବ ।