Odia News Portal

ରାଜଧାନୀରେ ଏଟିଏମ୍‌ ମେସିନ୍‌ ଲୁଟିନେଲେ ଲୁଟେରା

ରାଜଧାନୀରେ ମାତିଲେ ଲୁଟେରା । ଏଟିଏମ୍‌ ମେସିନ୍‌ ଲୁଟିନେଲେ । ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ଇନ୍ଦିରା ହାଉସିଂ କଲୋନୀରେ ଥିବା ଏସବିଆଇ ଏଟିଏମ୍‌ ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି।

ଏଟିଏମ୍‌ ଭିତରେ ଓ ବାହାରେ ଟେଣ୍ଟ ହାଉସ୍‌ କପଡା ପଡିଛି । ଏଟିଏମ୍‌କୁ ଘୋଷାଡି ଘୋଷାଡି କିଛିବାଟ ନେଇଥିବା ଅନୁମାନ କରାଯାଉଛି । ମେସିନ ଭିତରେ ପ୍ରାୟ ୨୦ରୁ ୨୫ଲକ୍ଷ ଟଙ୍କା ଥିଲା । ମେସିନ୍‌ର ଓଜନ ୩ କ୍ୱିଣ୍ଟାଲରୁ ଅଧିକ ହେବ ବୋଲି ଜଣାପଡିଛି।