Odia News Portal

ପୁଣି ଦୋଳାରେ ବୁହାହେଲେ ରୋଗୀ

ଚାନ୍ଦବାଲି :  ପୁଣିଥରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିକାଶର ନଗ୍ନ ଚିତ୍ର ପଦାରେ ପଡିଛି । ଗାଁ ରାସ୍ତା ମାଟି,କାଦୁଅ ପଚପଚ ହୋଇଥିବାରୁ ଗାଁ କୁ ଗଲାନାହି ୪ ଚକିଆ ଗାଡି।  ତେଣୁ ବାଧ୍ୟ ହୋଇ ଜଣେ ୭୦ ବର୍ଷର ବୃଦ୍ଧାକୁ ଦୋଳିରେ ବୋହି ବୋହି ମେଡିକାଲ ନେଲେ ପରିବାର ଲୋକେ । ଏଭଳି  ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚଡଦିଆ ପଞ୍ଚାୟତର ହରେକୃଷ୍ନପୁର ଗାଁରେ । ଅଭିଯୋଗ ମୁତାବକ ଗାଁର ରାନି ପରିଡା ନାମକ ଜଣେ ବୃଦ୍ଧାକୁ ଝାଡା,ବାନ୍ତି ହେବାରୁ ତୁରନ୍ତ ମେଡିକାଲ ନେବାକୁ  ପରିବାର ଲୋକେ ଭଡାଗାଡିକୁ ଫୋନ କରିଥିଲେ ହେଲେ ଗାଁ ରାସ୍ତା ଭଲ ନାହିଁ ଗାଡି ଗାଁକୁ ଯାଇପାରିବ ନାହିଁ  ବୋଲି କହି ଡ୍ରାଇଭର ମନା କରିଦେଇଥିଲେ।

କିଛି ବିକଳ୍ପ ଉପାୟ ନପାଇବାରୁ  ପରିବାର ଲୋକେ ଏକ ପ୍ଲାଷ୍ଟିକ ଦୋଳିରେ ବୃଦ୍ଧାକୁ ଶୁଆଇ କାନ୍ଧେଇ କାନ୍ଧେଇ ଗାଁରୁ ମୁଖ୍ୟ ରାସ୍ତାକୁ ଆଣିଥିଲେ  ସେଠାରୁ ଏକ ଅଟୋରେ ପାଖ ଚଡଦିଆ  ବଜାରରେ ଚିକିତ୍ସିତ କରାଇ ଘରକୁ ପୁଣି ସେହି ଦୋଳିରେ .ନେଇଥିବା କହିଛନ୍ତି  ପରିବାର ଲୋକେ।  ବାରମ୍ବାର ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ଗୁହାରି କଲାପରେ ମଧ୍ୟ ଗାଁକୁ ପକ୍କା ସଡକ ହୋଇପାରୁନଥିବାରୁଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ଗାଁ ଲୋକେ।