Odia News Portal

ମିଥ୍ୟା ଗୁଜବ ଯୋଗୁଁ ପଡିରହିଛି ହୃଷୀକେଶଙ୍କ ମୃତଦେହ

ଯାଜପୁର : ହଜିଗଲା ମାନବିକତା, ମ୍ୟାଲେରିଆ ଜ୍ୱରରେ ପୀଡିତ ହୃଷୀକେଶଙ୍କୁ ନେଲା ନାହିଁ ସରକାରୀ ଅମ୍ବୁଲାନ୍ସ, ସନ୍ଦେହ ପାଲଟିଲା ସର୍ବନାଶ,ଆମେ କହୁଛୁ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସିହା ପଂଚାୟତ ଅଧିନସ୍ଥ କମ୍ପିରା ଗ୍ରାମର ହୃଷୀକେଶଙ୍କ ବିଷୟରେ ହୃଷୀକେଶ ସାହୁ, ବୟସ-୫୫। ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ କଳାହାଣ୍ଡିରେ ରହି କାମ କରି ଆସୁଥିଲେ। ହଠାତ ତାଙ୍କୁ ଜ୍ଵର ହେଲା,ତାପରେ ସେ ଡାକ୍ତରଙ୍କ ପାଖକୁ ଗଲେ,ଡାକ୍ତର ତାଙ୍କୁ ମ୍ୟାଲେରିଆ ହୋଇଛି ବୋଲି କହି ଔଷଧ ଦେଇ ଥିଲେ। ଗତସପ୍ତାହରେ ଚାଲି ଆସିଥିଲେ ତାଙ୍କ ନିଜ ଗାଁ କମ୍ପିରାକୁ।

ଗାଁ ରେ ରହିବା ପରେ ପରେ ହୃଷିକେଶଙ୍କ ସ୍ଵାସ୍ଥ୍ୟ ବିଗିଡିବାରେ ଲାଗିଲା। ପରିବାର କହିଲେ ଦିବ୍ୟାଙ୍ଗ ସ୍ତ୍ରୀ ଫୁଲ ସାହୁ ଓ ଗୋଟିଏ ମାତ୍ର ଝିଅ । ସ୍ତ୍ରୀ ଫୁଲ ସ୍ୱାମୀକୁ ଡାକ୍ତର ଖାନାକୁ ନେବାପାଇଁ ସାହି ଭାଈଙ୍କ ସହଯୋଗ ଲୋଡିଥିଲେ ଏବଂ ୧୦୮ ଆମ୍ବୁଲାନ୍ସ ମଧ୍ୟ୍ୟ ଆସିଲା। ଗାଁ ଲୋକ କୁହାକୁହି ହେଲେ ହୃଷିକେଶକୁ କରୋନା ହୋଇଛି। ଏ କଥା ଶୁଣି ଆମ୍ବୁଲାନ୍ସ ନେଲେନୀ। ସ୍ତ୍ରୀ ଫୁଲଙ୍କ କାକୁତିମିନତି ସତ୍ତ୍ୱେ କରୋନା ଭୟରେ କେହି କର୍ଣପାତ କଲେ ନାହିଁ। ବହୁତ ଚେଷ୍ଟା ପରେ ୧୦୨ ଆମ୍ବୁଲାନ୍ସ ଆସି କି ଗାଁ ରେ ପହଁଚିଲା କିନ୍ତୁ ସେତେବେଳକୁ ସବୁ ସରି ଯାଇଥିଲା। ଉଡିଯାଇଥିଲା ହୃଷୀକେଶଙ୍କ ପ୍ରାଣବାୟୁ।
ସବୁଠାରୁ ଦୁଃଖର ବିଷୟ ଗତକାଲି ଠାରୁ ମୃତ ଦେହକୁ ସାହି ଭାଇରେ କରୋନା ଭୟରେ ଶତ୍କାର ତ ଦୂରର କଥା ଶବ ସେମିତି ଅଦ୍ୟାବଧି ପଡିରହିଛି। ସ୍ଥାନୀୟ ସରପଞ୍ଚ ପ୍ରଶାସନ ସହ ଆଲୋଚନା କରି ଶବକୁ ବ୍ୟବଛେଦ ପାଇଁ ଉଦ୍ୟମ ଜାରି ରଖିଛନ୍ତି।