Odia News Portal

ଭୁବନେଶ୍ୱରରେ ପୁଣି ୩ ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଗଲା

ଭୁବନେଶ୍ୱରରେ ପୁଣି ୩ ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଗଲା। ବିଏମସିର ତିନିଟି ଜୋନରେ ୧୧ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସାଉଥ ଇଷ୍ଟ ଜୋନରେ ୟୁନିଟ ୯ର ୨ଟି କ୍ୱାର୍ଟର, ସତ୍ୟନଗରର ଗୋଟିଏ ଫ୍ଲାଟ, ଲକ୍ଷ୍ମୀସାଗର ୨ଟି ପ୍ଲଟ ଓ ଶ୍ରୀରାମ ନଗରର ଗୋଟିଏ ପ୍ଲଟକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସାଉଥ ୱେଷ୍ଟ ଜୋନରେ ଆଇଆରସି ଭିଲେଜର ୟୁବିଆଇର ପ୍ରଥମ ମହଲାକୁ ମଧ୍ୟ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି। ନର୍ଥ ଜୋନରେ ନହରକଣ୍ଟାର ଏକ ଫ୍ଲାଟ, ମୈତ୍ରୀ ବିହାରର ଏକ ଫ୍ଲାଟ, ପଟିଆ ସଂପର୍କ ବିହାରର ଏକ ଫ୍ଲାଟ ଓ ପଟିଆ ରିଗାଲ ଡୋଭ ଆପାର୍ଟମେଣ୍ଟର ଏକ ଫ୍ଲାଟକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।