Odia News Portal

ଓମିକ୍ରନ ସଂକ୍ରମଣ ଅଧିକ କରିବ କିନ୍ତୁ ଗୁରୁତର ନୁହେଁ ବୋଲି କହିଲେ ସ୍ୱାସ୍ଥ୍ୟ ବିଭାଗ

ବିଦେଶ ଫେରନ୍ତା ବ୍ୟାକ୍ତିଙ୍କର ଓମିକ୍ରନ ଟେଷ୍ଟ ହେଉଛି । ପଜିଟିଭ୍ ଆସିଲା ପରେ ଜିନମ୍ ସିକ୍ୟୁଏନ୍ସି କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।ସେ କହିଛନ୍ତି ଯେ, ରବିବାର ୨୩ ଜଣ ଓମିକ୍ରନ ଭିତରୁ ୧୯ ଜଣଙ୍କ ଲକ୍ଷଣ ନାହିଁ। ବହୁତ କମ୍ ଲୋକଙ୍କ ଠାରେ ସିମ୍ଟମ୍ ରହିଥିବା ବେଳେ ଅନ୍ୟମାନଙ୍କ ଠାରେ ମାଇଲଡ଼ ସିମ୍ଟମ୍ ରହିଛି। ସେମାନଙ୍କ ମଧ୍ୟରୁ ଲୋକାଲ ମଧ୍ୟ ରହିଛନ୍ତି। କମ୍ୟୁନିଟିରେ ଭାଇରସ ଅଛି । ଗୋଷ୍ଠୀରେ ଓମିକ୍ରନ ରହିଛି, ତାକୁ ଚିହ୍ନଟ କରାଯାଉଛି। ଓମିକ୍ରନ୍ ଅଧିକ ସଂକ୍ରମଣ କରିବ କିନ୍ତୁ ଗୁରୁତର ନୁହେଁ ।
ତେଣୁ ଭିଡ଼ ଜମାନ୍ତୁ ନାହିଁ। କୋଭିଡ ନିୟମ ମାନନ୍ତୁ। ନହେଲେ ସଂଖ୍ୟା ବଢିବ। ସରକାର ସବୁ ପ୍ରକାର ତଥ୍ୟ ନେଉଛନ୍ତି। ଜିଲ୍ଲାପାଳମାନେ ଗାଇଡଲାଇନ ଅନୁସାରେ କଟକଣା କରିବେ। ଲୋକାଲରେ ଓମିକ୍ରନ ଅଛି। ଚିହ୍ନଟ ହେଉଛି। ତେଣୁ ସଂକ୍ରମଣ ହେବ । ସମସ୍ତେ ସଚେତନ ହେବା ଦରକାର ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ ସୁଦ୍ଧା ୩୭ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାର ଦିନ ଏକାଥରକେ ୨୩ ଜଣ ଓମିକ୍ରନ୍ ଚିହ୍ନଟ ହୋଇଥିଲେ ।