Odia News Portal

ଭିତରକନିକାରେ ସରିଲା ପକ୍ଷୀ ଗଣନା

ପୂର୍ବ ଅପେକ୍ଷା ଭିତରକନିକାରେ ବଢ଼ିଛି ପକ୍ଷୀ ସଂଖ୍ୟା। ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ଚଳିତବର୍ଷର ବିଦେଶାଗତ ପକ୍ଷୀ ଗଣନା ସରିଛି । ମୋଟ ୧ଲକ୍ଷ ୩୮ ହଜାର ୧୦୭ଟି ପକ୍ଷୀ ଗଣନା କରାଯାଇଛି । ଗତବର୍ଷ ୧୨୧ ପ୍ରଜାତିର ୧ ଲକ୍ଷ ୩୬ ହଜାର ୯୨ଟି ପକ୍ଷୀ ଆସିଥିଲେ ।
ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ୨୩ଟି ପ୍ରଜାତିର ୨୦୧୫ଟି ପକ୍ଷୀ ଅଧିକ ଆସିଛନ୍ତି । ପକ୍ଷୀ ଗଣନା ପାଇଁ ୧୬ଟି ଟିମ୍ ଗଠନ କରାଯାଇଥିଲା । ଭିତରକନିକା, ଖୋଳା, ସାତଭାୟା, ରାଜନଗର, ଚିଞ୍ଚିରି ମୁହାଣ, ଧାମରା ମୁହାଣ, ପାରାଦୀପର ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା କରାଯାଇଥିଲା ।