Odia News Portal

ଏମିତି ଏକ ସ୍ଥାନ,ଯେଉଁଠି ପାଣିକୁ ଛୁଇଁବା ମନା

ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯେଉଁଠାକୁ ଯିବା ବିପଦପୂର୍ଣ୍ଣ। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଲୋକମାନେ ସାହସିକ କାର୍ଯ୍ୟ ପାଇଁ ସେଠାକୁ ଯାଆନ୍ତି। ତେବେ ଏମାନଙ୍କ ମଧ୍ୟରୁ କିଛି ଜଣ ଏପରି ଦୁଃସାହାସିକ କାର୍ଯ୍ୟ କରିବାକୁ ଆଦୌ ଇଚ୍ଛା କରନ୍ତି ନାହିଁ। ବ୍ଲଡ ପୋଣ୍ଡ ଜିଗୋକୁ ଜାପାନର ସର୍ବ ପୁରାତନ ପ୍ରାକୃତିକ ନର୍କ ଭାବେ ଜଣାଶୁଣା।

କିନ୍ତୁ ଏହା ସତ ଯେ ଦୁନିଆରେ ପ୍ରକୃତିର ଦୃଶ୍ୟ ଯେତିକି ସୁନ୍ଦର ସେତିକି ବିପଦଜନକ ମଧ୍ୟ.. ପୃଥିବୀରେ ଅନେକ ସୌନ୍ଦର୍ଯ୍ୟପୂ୍ର୍ଣ୍ଣ ସ୍ଥାନ ବିପଦଜନକ ହେଲେ ମଧ୍ୟ ବିଶ୍ୱର ଅନେକ ଦେଶର ଲୋକେ ସେହି ଦୃଶ୍ୟକୁ ଉପଭୋଗ କରିବା ପାଇଁ ସେଠାକୁ ଯାଇଥାନ୍ତି। । ଏସିଆର ଅନ୍ୟ ଦେଶ ପରି ଜାପାନରେ ମଧ୍ୟ ଅନେକ ଦର୍ଶନୀୟ ସ୍ଥାନ ଅଛି। ସେଥିମଧ୍ୟରୁ ବ୍ଲଡ ପୋଣ୍ଡ ଜିଗୋକୁ ଅନ୍ୟତମ। କିନ୍ତୁ ଏହି ପୋଖରୀକୁ ଲୋକେ ଜାପାନର ପ୍ରାକୃତିକ ନର୍କ ବୋଲି କୁହନ୍ତି।

ପୃଥିବୀର ଅନେକ ସ୍ଥାନରେ ପ୍ରକୃତିର ଗନ୍ତାଘର ରହିିଛି। ତେଣୁ ଯେଉଁମାନେ ପ୍ରକୃତି ପ୍ରେମୀ ସେମାନେ ଖୋଜି ଖୋଜି ଏସବୁ ସ୍ଥାନରେ ପହଞ୍ଚିଯାଇଥାନ୍ତି। ସେ ସ୍ଥାନ ଯେତେ ଭୟଙ୍କର ହେଉ ନା କାହିଁକି.. ଜାପାନରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନର ଦୃଶ୍ୟ ସ୍ୱର୍ଗଠାରୁ କିଛି କମ ନୁହେଁ। କିନ୍ତୁ କିଛ ପର୍ଯ୍ୟଟକମାନେ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବା ପାଇଁ ନିଜ ଜୀବନପ୍ରତି ଥିବା ବିପଦକୁ ମଧ୍ୟ ଭୟ କରନ୍ତି ନାହିଁ। ନୂତନ ସ୍ଥାନର ସନ୍ଧାନ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖିବା ପାଇଁ କିଛି ଲୋକ ସେହି ସ୍ଥାନରେ ମଧ୍ୟ ପହଞ୍ଚି ଯାଆନ୍ତି। ଜାପାନରେ ଏହି ପ୍ରାକୃତିକ ଓ ଅଦ୍ଭୁତ ଦୃଶ୍ୟ ଦେଖିବା ପାଇଁ ଦୂର ଦୂରାନ୍ତରୁ ପର୍ଯ୍ୟଟକ ଆସିଥାନ୍ତି।

ଚିନୋଇକ୍ ଜିଗୋକୁ ମାନେ “ବ୍ଲଡ୍ ପୋଖରୀ ନର୍କ” ଜାପାନର ଦକ୍ଷିଣ ଦ୍ୱୀପପୁଞ୍ଜର ବେପୁର ସହରରେ ଅବସ୍ଥିତ। ଏହା ହେଉଛି ଜାପାନର ‘ଖୁନି ପୋଖରୀ’ ଯାହାକି ଏଠାକାର ସବୁଠୁ ପ୍ରସିଦ୍ଧ ସ୍ଥାନ ମଧ୍ୟରେ ଗୋଟିଏ। ଏହି ପୋଖରୀରେ ପଂହରିବା କିନ୍ତୁ ମନା । କାରଣ ସାଧାରଣତଃ ଏହାର ତାପମାତ୍ରା 194ଡିଗ୍ରୀ ଫାରେନହାଇଟ ବା 90ଡିଗ୍ରୀ ସେଲସିୟସ ହୋଇଥାଏ। ସାଇଣ୍ଟିଫିକ କାରଣ ଅନୁଯାୟୀ ଏହି ପୋଖରୀରେ ଲୁହା ଏବଂ ଲୁଣର ମାତ୍ରା ବହୁତ ଅଧିକ ଥାଏ ତେଣୁ ଏହାର ରଙ୍ଗ ଲାଲ ରଙ୍ଗର ହୋଇଥାଏ। ଏହି ପାଣିରୁ ସବୁବେଳେ ବାଷ୍ପ ବାହାରୁଥାଏ ସେଥିପାଇଁ ଏହାକୁ ଦେଖିଲେ ଏପରି ଲାଗିଥାଏ ଯେପରି ଏହା ନର୍କ ଦ୍ୱାର ।

କିନ୍ତୁ ଏହି ରକ୍ତ ପୋଖରୀ ଗୋଟିଏ ପର୍ଯ୍ୟଟନସ୍ଥଳ । ସବୁଦିନ ଏହି ପୋଖରୀକୁ ଦେଖିବା ପ୍ରାଇଁ ପ୍ରତିଦିନ ବିଶ୍ୱର କୋଣ ଅନୁକୋଣର ହଜାର ହଜାର ଲୋକ ପହଞ୍ଚି ଥାନ୍ତି। କିନ୍ତୁ ପୋଖରୀର ତାପମାତ୍ରା ପାଇଁ ସେହି ପୋଖରୀ ପାଖକୁ ଯିବାପାଇଁ ଲୋକଙ୍କୁ ବାରଣ କରାଯାଇଛି। ଏହି ପୋଖରୀର ପାଣି ଅତ୍ୟଧିକ ଗରମ ହେତୁ ଏଥିରୁ ବାଷ୍ପ ବାହାରୁଥାଏ। ଦେଖିବାକୁ ଏହା ଏକ ନର୍କ ଦ୍ୱାର ପରି। ମଣିଷ ଦ୍ୱାରା ନିର୍ମିତ ନିୟମକୁ ଆମେ ଭାଙ୍ଗି ପାରିବା କିନ୍ତୁ ପ୍ରକୃତିର ନିୟମ ନୁହେଁ। ତେବେ ଏହି ପୋଖରୀ ନିକଟକୁ ଯିବା ପାଇଁ ବାରଣ ସତ୍ତ୍ୱେ ମଧ୍ୟ ଲୋକମାନେ ପ୍ରକୃତିର ଏହି ଦୃଶ୍ୟ ଦେଖିବାକୁ ଆସନ୍ତି।