Odia News Portal

ବ୍ରଜରାଜନଗର ଉପନିର୍ବାଚନ: ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରଚାର ଓ ପ୍ରସାର । ରାଜ୍ୟର ୩ ପ୍ରମୁଖ ଦଳ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିବା ପରେ ଏବେ ପ୍ରଚାର ମୈଦାନ କୁ ଓଲ୍ଲହାଇଛନ୍ତି ନେତା | ନିଜ ଦଳୀୟ ପ୍ରାଥୀ ଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି |

ତେବେ ଏହାରି ମଧ୍ୟରେ ଆଜି ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ | ଏହାପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ବିଜେଡିରୁ ଅଳକା ମହାନ୍ତି, ବିଜେପିରୁ ରାଧାରାଣୀ ପଣ୍ଡା ଓ କଂଗ୍ରେସ ପକ୍ଷରୁ କିଶୋର ପଟେଲ ନାମାଙ୍କନ ଦାଖଲ କରିଛନ୍ତି। ଏହି ତିନି ପ୍ରମୁଖ ପ୍ରାର୍ଥୀଙ୍କ ବ୍ୟତିତ ମୋଟ୍ ୧୪ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ମେ’ ୩୧ରେ ହେବ ବ୍ରଜରାଜନଗର ପାଇଁ ବାଇ-ଇଲେକସନ୍। ମେ’ ୩୧ରେ ଭୋଟ ଗ୍ରହଣ କରାଯାଇ ଜୁନ୍ ୩ ତାରିଖରେ ଗଣତି ହେବ। ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ଏହି ଆସନ।