Odia News Portal

ଚିତ୍ତ ପଲେଇ ମୃତ୍ୟୁ ମାମଲା ଆଜି ତଦନ୍ତ ର ଶେଷ ଦିନ

ଚିତ୍ତ ପଲେଇ ମୃତ୍ୟୁ ମାମଲାରେ ରିମାଣ୍ଡରେ ଆସିଥିବା ଦୁଇ ଅଭିଯୁକ୍ତଙ୍କୁ ଚାଲିଛି ପଚରା ଉଚରା । ଦୁଇ ଅଭିଯୁକ୍ତ ଜଗନ୍ନାଥ ଷଡଙ୍ଗୀ ଓ ଅଶେକ ଉପାଧେୟଙ୍କୁ କ୍ରାଇମବ୍ରାଞ୍ଚ ପଚରା ଉଚରା କରୁଛି ।
କ୍ରାଇମବ୍ରାଞ୍ଚ ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ୪ ଜଣିଆ କ୍ରାଇମବ୍ରଞ୍ଚ ଟିମ୍ ପଚରା ଉଚରା ଜାରି ରଖିଛନ୍ତି । ତଦନ୍ତକାରୀ ଟିମ୍ ହାତରେ ଯଥେଷ୍ଟ ପ୍ରମାଣ ଥିବା ବେଳେ ଏହି ମାମଲାରେ ଆହୁରି ଅନେକ ସାମିଲ ଥିବା ନେଇ ସନ୍ଦେହ କରିଛି କ୍ରାଇମବ୍ରାଞ୍ଚ । ତେବେ ଅନ୍ୟମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଖୋଳତାଡ କରୁଛି ଟିମ୍ ।