Odia News Portal

ହିରୋସୀମା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶାନ୍ତି ବାର୍ତ୍ତା

ଆଜି ହେଉଛି ହିରୋସିମା ଦିବସ । ହିରୋସୀମା ଆମକୁ ମାନବ ସମାଜର ସେହି ଦୁଃଖଦ ଘଟଣାକୁ ମନେପକାଇ ଦିଏ, ଯାହା ଅଗଣିତ ଲୋକଙ୍କ ପାଇଁ ବିନାଶ ଓ ଅସରନ୍ତି ଯନ୍ତ୍ରଣା ଆଣିଥିଲା । ହିରୋସୀମା ଦିବସରେ ମାନବ ଜାତି ପାଇଁ ଆଣବିକ ଅସ୍ତ୍ର ରହିତ ଏକ ନିରାପଦ ଭବିଷ୍ୟତ ସୃଷ୍ଟି ସହ ସ୍ଥାୟୀ ଶାନ୍ତି ପାଇଁ ମିଳିମିଶି ସମସ୍ତେ କାମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।