Odia News Portal

ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ମା ଙ୍କୁ କଂଗ୍ରେସ ଦେଲା ଟିକେଟ

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବିଗୁଲ ବାଜିଛି । ଦଳର ମହାସଚିବ ତଥା କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସାମ୍ବାଦିକ ସମ୍ମିଳନୀରେ ଦଳର ପ୍ରମୁଖ ପ୍ରାର୍ଥୀମାନଙ୍କ ସୂଚନା ଜାରି କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ‘ଆମ ତାଲିକାରେ ଯେଉଁ ମହିଳାମାନେ ଅଛନ୍ତି, ସେମାନଙ୍କ ମଧ୍ୟରୁ କିଛି ଜଣ ସାମ୍ବାଦିକ, ସଂଘର୍ଷଶୀଳ ମହିଳା ଓ ସାମାଜିକ କର୍ମୀ ଅଛନ୍ତି। ଏମିତି ବି ମହିଳା ଅଛନ୍ତି, ଯେଉଁମାନେ ବହୁତ ଅତ୍ୟାଚାରର ଶିକାର ହୋଇଛନ୍ତି। ଏଥିପାଇଁ ଆମେ ଆମର ପ୍ରତିଶ୍ରୁତି ଅନୁସାରେ ମହିଳାମାନଙ୍କୁ ଟିକେଟ୍ ଦେଇଛୁ। ଆମ ପାର୍ଟିରୁ ଉନ୍ନାଓର ପ୍ରତ୍ୟାଶୀ, ଉନ୍ନାଓ ଗଣଦୁଷ୍କର୍ମର ମା’ ଅଛନ୍ତି।
୪୦୩ ବିଧାନସଭା ଆସନ ବିଶିଷ୍ଟ ଉତ୍ତରପ୍ରଦେଶର ୧୨୫ ସିଟ ପାଇଁ ପ୍ରିୟଙ୍କା ଗାନ୍ଧି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ଉନ୍ନାଓରୁ ଦଳ ଏଥିର ଉନ୍ନାଉ ଦୁଷ୍କର୍ମ ପୀଡ଼ିତାଙ୍କ ମାଆ ଆଶା ସିଂଙ୍କୁ ପ୍ରାର୍ଥୀ କରିଛି । ଆଶାଙ୍କ ନେଇ ପ୍ରିୟଙ୍କା କହିଛନ୍ତି, ‘ଆମେ ତାଙ୍କୁ (ଉନ୍ନାଓ ପୀଡ଼ିତାଙ୍କ ମାଆ) ସଂଘର୍ଷ ଜାରି ରଖିବାକୁ ସୁଯୋଗ ଦେଇଛୁ । ଯେଉଁ କ୍ଷମତା ବଳରେ ତାଙ୍କ ଝିଅ ସହ ଅତ୍ୟାଚାର କରାଗଲା, ତାଙ୍କ ପରିବାରକୁ ବରବାଦ କରାଗଲା ସେହି କ୍ଷମତା ସେ ହାସଲ କରନ୍ତୁ ।’
ଆଶାଙ୍କୁ ପ୍ରାର୍ଥୀ କରାଯିବାକୁ ନେଇ ରାହୁଲ ଗାନ୍ଧି ମଧ୍ୟ ଟ୍ବିଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ଉନ୍ନାଓରେ ଯାହା ଝିଆ ସହ ବିଜେପି ଅନ୍ୟାୟ କରିଛି, ଏବେ ସେ ନ୍ୟାୟର ପ୍ରତୀକ ହେବ । ଲଢ଼ିବେ ଓ ଜିତିବେ ।’
ପ୍ରିୟଙ୍କା ଘୋଷଣା କରିଥିବା ୧୨୫ ସିଟରୁ ୫୦ଟି ଆସନ ମହିଳାଙ୍କୁ ଦିଆଯାଇଛି । ଉନ୍ନାଓ ପୀଡ଼ିତାଙ୍କ ମାଆଙ୍କ ସମେତ କିଛି ସାମ୍ବାଦିକ, ଜଣେ ଅଭିନେତ୍ରୀ ଏବଂ ସାମାଜିକ କର୍ମୀଙ୍କୁ ଦଳ ପ୍ରାର୍ଥୀ କରିଛି । ବଡ଼ ଚେହେରାରେ ଅଛନ୍ତି ସଲମାନ ଖୁର୍ସିଦ୍ଦଙ୍କ ପତ୍ନୀ ଲୁଇସଙ୍କୁ ପ୍ରାର୍ଥୀ କରାଯାଇଛି । ଏମାନଙ୍କ ବ୍ୟତୀତ ଏନସିଆର-ସିଏଏକୁ ବିରୋଧ କରି ଆନ୍ଦୋଳନକୁ କରିଥିବା ସଦଫ ଜାଫରଙ୍କୁ ପ୍ରାର୍ଥୀ କରିଛି ଦଳ । ଏନସିଆର-ସିଏଏକୁ ବିରୋଧ କରିଥିବାରୁ ସରକାର ସଦଫଙ୍କ ପୋଷ୍ଟର ଲଗାଇ ତାଙ୍କୁ ପ୍ରତାଡ଼ିତ କରିଥିଲା । ସେହିପରି ଆଶା ଦିଦି ପୁନମ ପାଣ୍ଡେଙ୍କ ଉପରେ କଂଗ୍ରେସ ଆଶା ରଖିଛି । କରୋନା ମହାମାରୀ ସମୟରେ ସମ୍ମୁଖ ଯୋଦ୍ଧା ଭାବେ କାମ କରି ଲୋକଙ୍କ ସେବା କରିଥିବା ପୁନମଙ୍କୁ ମାଡ଼ ମରାଯାଇଥିଲା । ସେହିପରି ସୋନଭଦ୍ର ନରସଂହାର ପୀଡ଼ିତ ରାମରାଜ ଗୌଣ୍ଡଙ୍କୁ ଦଳ ପ୍ରାର୍ଥୀ କରିଛି ।