Odia News Portal

ସମବାୟ ନିର୍ବାଚନ ପ୍ରସ୍ତୁତି : ବରିଷ୍ଠ ନେତାଙ୍କ ସହ ବିଜେଡି ସୁପ୍ରିମୋଙ୍କ ଆଲୋଚନା

ସମବାୟ ନିର୍ବାଚନ ନେଇ ବିଜେଡ଼ିର ଜୋରଦାର ପ୍ରସ୍ତୁତି । ଦଳର ବରିଷ୍ଠ ନେତୃତ୍ୱଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ସମବାୟ ନିର୍ବାଚନ ପରିଚାଳନା କରିବା ନେଇ ୭ ଜଣିଆ କମିଟି ଗଠନ କଲା ବିଜେଡି । କମିଟିରେ ଆବାହକ ପ୍ରତାପ ଦେବ ରହିଥିବା ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ପୁଷ୍ପେନ୍ଦ୍ର ସିଂ ଦେଓ, ସ୍ନେହାଙ୍ଗିନ ଛୁରିଆ, ବିକ୍ରମ ପଣ୍ଡା, ରବୀନ୍ଦ୍ର ଜେନା ରହିଛନ୍ତି ।

ଜିଲ୍ଲା ଓ ଜୋନ ସ୍ତରରେ କମିଟି ଗଠନ କରିବାକୁ ବୈଠକରେ ହୋଇଛି ବ୍ଲୁ ପ୍ରିଣ୍ଟ । ଚାଷୀ ଓ ପ୍ୟାକ୍ସ କର୍ମକର୍ତାଙ୍କୁ ଏହି କମିଟିରେ ଯୋଡ଼ାଯିବ । ସବୁ ସମବାୟ ଅକ୍ତିଆର କରିବା ପାଇଁ ବୈଠକରେ ହୋଇଛି ମାନସ ମନ୍ଥନ । ଆସନ୍ତା ୧୯ ଓ ୨୬ରେ ଦୁଇଟି ପର୍ଯ୍ୟାୟରେ ହେବ ସମବାୟ ନିର୍ବାଚନ ।