Odia News Portal

ଆଜି ରାଜ୍ୟରେ ୧୦ ହଜାର ୪୮୯ ଅକ୍ରାନ୍ତ ଚିହ୍ନଟ

ଓଡିଶାରେ ୧୦ ହଜାର ଉପରେ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୪୮୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୪.୯୫ ପ୍ରତିଶତ । କେବଳ ଖୋର୍ଦ୍ଧାରୁ ୨ ହଜାର ୯୩୪ ନୂଆ କେସ୍ ଆସିଛି । ଯାହା ମୋଟ ଆକ୍ରାନ୍ତଙ୍କର ୨୭.୯୭ ପ୍ରତିଶତ ।
ସୁନ୍ଦରଗଡରୁ ୧ ହଜାର ୪୪୭, କଟକରୁ ୭୮୬ ଓ ସମ୍ବଲପୁରରୁ ୩୮୭ ଓ ବାଲେଶ୍ୱରରୁ ୪୩୩ ନୂଆ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ୨୪ ଘଣ୍ଟାରେ ୭୦ ହଜାର ୧୧୭ ଟେଷ୍ଟିଂ ହୋଇଛି । ଏବେ ଆକ୍ଟିଭ୍ କେସ୍ ରହିଛି ୭୫ ହଜାର ୭୯୭ ।