Odia News Portal

ଜାଣନ୍ତୁ କରୋନାରୁ ରକ୍ଷା ପାଇବା ପାଇଁ ସରଳ ଉପାୟ

*ଆୟୁଷ ମନ୍ତ୍ରାଳାୟର ଉପାୟ କରୋନା ଭୂତାଣୁ ଠାରୁ ନିଜକୁ କରନ୍ତୁ ରକ୍ଷା ।

ଭୁବନେଶ୍ବର: କରୋନାରୁ ରକ୍ଷା ପାଇବା ପାଇଁ ଆୟୁଷ ମନ୍ତ୍ରାଳାୟର ଉପାୟ କରୋନା ଭୂତାଣୁ ଠାରୁ ନିଜକୁ ରକ୍ଷା କରିବାକୁ ବିଶେଷଜ୍ଞ ବିଭିନ୍ନ ପରାମର୍ଶ ଦେଉଛନ୍ତି । ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅନେକ ନିୟମାବଳୀ ପାଳନ କରାଯାଉଛି ।ଏହାବ୍ୟତୀତ ସଂକ୍ରମଣକୁ ଏଡାଇବାକୁ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅନେକ ଉପାୟ ଜଣାଇଛନ୍ତି । ଏଭଳି ସମୟରେ ଆୟୁଷ ମନ୍ତ୍ରାଳୟ ଦ୍ୱାରା ବିଭିନ୍ନ ଉପାୟ ଜାରି କରାଯାଇଛି ।ତେବେ ସେହି ଉପାୟ ଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା:-

  • ନିୟମିତ ଉଷୁମ ପାଣି ପିଅନ୍ତୁ । ଏହାସହ ଉଷୁମ ପାଣିରେ ଅଳ୍ପ ଲୁଣ ଓ ହଳଦୀଗୁଣ୍ଡ ପକାଇ ଗରଗେଲ କରନ୍ତୁ ।
  • ଘରେ ପ୍ରସ୍ତୁତ ସତେଜ ଖାଦ୍ୟ ଖାଆନ୍ତୁ । ଯେଉଁ ଖାଦ୍ୟ ସହଜରେ ହଜମ ହୋଇପାରୁ ଥିବ । ଏହାସହ ଖାଦ୍ୟରେ ହଳଦୀ, ଜିରା, ଅଦା, ଧନିଆରେ ପ୍ରୟୋଗ କରିବା ସହ ଅଁଳାର ନିୟମିତ ସେବନ କରନ୍ତୁ ।
  • ପ୍ରତିଦିନ ୩୦ ମିନିଟ ଯାଏଁ ଯୋଗ , ପ୍ରାଣାୟାମ, ଧ୍ୟାନ କରିବା ସହ ୭ ରୁ ୮ ଘଣ୍ଟା ନିଶ୍ଚୟ ଶୁଅନ୍ତୁ ।
  • ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ନିୟମିତ ଖାଲି ପେଟରେ ଚମନପ୍ରସ୍ , ହଳଦୀ ମିଶ୍ରିତ ଖିର ନିୟମିତ ପିଅନ୍ତୁ ।
  • ତୁଳସୀ, ଡାଲଚିନି, ଅଦା, ଗୋଲମରିଚ ପାଣିରେ ପକାଇ ଭଲ ଭାବେ ଫୁଟାନ୍ତୁ । ଏହାପରେ ଏହାକୁ ଛାଣି ଦିନକୁ ଥରେ ନିଶ୍ଚୟ ପିଅନ୍ତୁ । ସ୍ୱାଦ ପାଇଁ ଆପଣ ଏଥିରେ ଗୁଡ, କିସମିସ କିମ୍ବା ଗୁଜୁରାତି ମଧ୍ୟ ପକାଇ ପ୍ରସ୍ତୁତ କରିପାରିବେ ।ନଡିଆର ନିୟମିତ ବ୍ୟବହାର କରନ୍ତୁ ।
  • ଦିନକୁ ୨ ରୁ ୩ ଥର ବାମ୍ଫ (ଷ୍ଟିମ) ନିଅନ୍ତୁ ।-ଲବଙ୍ଗ ଓ ମହୁକୁ ମିଶାଇ ସେବକ କରନ୍ତୁ ଏହା ଗଳା ଜନିତ ବହୁ ସମସ୍ୟା ଦୂର କରିଥାଏ ।ଜୁଆଣି ଓ ପୁଦିନାପତ୍ରକୁ ଉଷୁମ ପାଣିରେ ପକାଇ ଏହାର ବାଷ୍ପକୁ ଦିନକୁ ଥରେ କିମ୍ବା ୨ ଥର ବ୍ୟବହାର କରନ୍ତୁ ।