Odia News Portal

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୪୧ ଛାତ୍ରୀ ପଜିଟିଭ

ଵିଶମକଟକ:୫-୮ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକକୁ ଫେରିଛି ମହାମାରୀ କରୋନା।ଏଥର ଏହି କରୋନା ବିଭୀଷିକାର ଶିକାର ହେଇଛନ୍ତି ଅନୁସୂଚିତ ଜନଜାତି/ଜାତି ବିଭାଗ ପରିଚାଳିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀମାନେ।ଏହି ବାଳିକା ବିଦ୍ୟାଳୟରେ ହଷ୍ଟେଲରେ ରହୁଥିବା କିଛି ଛାତ୍ରୀଙ୍କୁ ଜ୍ୱର ଓ ଦେହ ଖରାପ ହେବାରୁ ସେମାନଙ୍କ ପରୀକ୍ଷା ପରେ ଜଣା ପଡିଥିଲାଯେ ସେମାନେ ଭୟଙ୍କର କରୋନାରେ ଆକ୍ରାନ୍ତ।ଏବେସୁଧା ୪୧ଜଣ ଛାତ୍ରୀ ମଧ୍ୟରୁ ପ୍ରଥମ ଦଫା ଗତ ୩-୮-୨୨ର ସ୍ୱାସ୍ଥ୍ୟ ପରୀକ୍ଷାରେ ୧୨ଜଣ ଛାତ୍ରୀ ପଜେଟିବ ଚିହ୍ନଟ ହେବାନେଇ ବିଦ୍ୟାଳୟରେ ହଇଚଇ ସୃଷ୍ଟି ହୋଇଯାଇଥିଲା।ଗତକାଲି ଆଉ କିଛି ଛାତ୍ରୀମାନଙ୍କ ପରୀକ୍ଷା ପରେ ୨୯ଜଣ କରୋନା ଆକ୍ରାନ୍ତ ଜଣାପଡିଥଲା।ସମସ୍ତ ୪୧ଜଣ ଛାତ୍ରୀ ଙ୍କୁ ଆଇସୋଲେସନ ରେ ରଖାଯାଇଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିରଥିବା ଜଣାଯାଏ।ଆଜି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ ହଷ୍ଟେଲରେ ଥିବା ଅନ୍ୟ ସମସ୍ତ ଛାତ୍ରୀଙ୍କ କରୋନା ଟେଷ୍ଟ କରାଯିବାର ଅଛି।ସୂଚନା ଅନୁଯାୟୀ ଗତ ୩/୮ତାରିଖରେ ୧୨ଛାତ୍ରୀଙ୍କ କରୋନା ପଜେଟିଭ ଜଣାପଡିବା ପରେପରେ ବିଦ୍ୟାଳୟର HM ସହକାରୀ ଶିକ୍ଷୟତ୍ରୀ ଜୟନ୍ତୀ ଶବରଙ୍କୁ ଚାର୍ଜ ଦେଇ ଛୁଟିରେ ଚାଲି ଯାଇଥିଲେ।ଏବେ ହଷ୍ଟେଲରେ ୩୦୦ ଛାତ୍ରୀ ଥିବା ଜଣାଯାଏ।କଲ୍ୟାଣ ବିଭାଗ ତରଫରୁ ଆବଶ୍ୟକ ଚିକିତ୍ସା ଓ ପିଲାମାନଙ୍କ ଯତ୍ନ ଯୋଗାଇ ଦେବାକୁ ଅବିଭାବକମାନେ ନିବେଦନ କରିଛନ୍ତି। ବିଷମକଟକ ର କାଶିନାଥ ପାଳ