Odia News Portal

କେନ୍ଦ୍ରାପଡ଼ାରେ ଟିକାକରଣ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଯାଇଛି ଟିକାକରଣ | ଜିଲ୍ଲାପାଳ ଅମୃତ ଋତୁରାଜ ଫିତା କାଟି ଟିକାଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ପ୍ରଥମେ ଟିକା ନେଇଥିଲେ | ଟିକାଦାନ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହୋଇ ଏହାକୁ ସଫଳ କରିବା ପାଇଁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ନିବେଦନ କରିଛନ୍ତି | ଆଜି ପ୍ରଥମ ଦିନରେ ଜିଲ୍ଲାରେ ୬ ଶହ ଟିକା ପ୍ରଦାନ କରାଯାଇଛି |

ଟିକା ଦାନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୪ ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାଦାନ ବ୍ୟବସ୍ଥା କରାଯାଇଛି | ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀ ଓ କୋଭିଡ ଯୋଦ୍ଧା, ସଫେଇ କର୍ମଚାରୀ ଟିକା ନେବା ପାଇଁ ସ୍ଥିର କରାଯାଇଛି |ପ୍ରତି ଟିକାଦାନ କେନ୍ଦ୍ରରେ ୫ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି |ଜିଲ୍ଲାରେ ଟିକାଦାନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି |