Odia News Portal

କରୋନା ଭ୍ୟାକସିନ୍ ପାଇଁ ପଞ୍ଜିକରଣ

ନୂଆଦିଲ୍ଲୀ: ଡିସିଜିଆଇର କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ଜରୁରିକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ । ତେବେ ସରକାର ପ୍ରଥମ ପର୍ଯ୍ୟାୟରେ ୩ କୋଟି ଭାରତୀୟଙ୍କୁ ଟିକା ଦେବାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହାରି ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟିକା ନେବା ପୂର୍ବରୁ ପଞ୍ଜିକରଣ କରିବା ପାଇଁ ‘କୋ ୱିନ୍’ ନାମରେ ଏକ ଆପ୍ କରିଛନ୍ତି । ଆପଣ ଏହି ଆପ ଗୁଗଲ୍ ପ୍ଲେଷ୍ଟୋର କିମ୍ବା ଆପଲ ଷ୍ଟୋରରୁ ଡାଉନଲୋଡ଼ କରିପାରିବେ। ଟୀକାକରଣ ଉପଯୋଗ ପାଇଁ ଏହି ଆପ ଲଞ୍ଚ କରାଯିବା ପରେ ଯେଉଁମାନେ ଆପରେ ପ୍ରଥମେ ପଞ୍ଜିକୃତ କରିଥିବେ ସେମାନଙ୍କୁ ଶୀଘ୍ର ଭ୍ୟାକସିନ୍ ମିଳିବ।

ତେବେ ଭ୍ୟାକସିନକୁ ସହଜରେ ଟ୍ରେକିଙ୍ଗ ଏବଂ ରେଜିଷ୍ଟ୍ରେସନ ସୁନିଶ୍ଚିତ କରିବାକୁ କୋ-ୱିନ୍ ଆପକୁ ୫ଟି ମୋଡ୍ୟୁଲରେ ବିଭକ୍ତ କରାଯାଇଛି। ପ୍ରଥମ ପ୍ରଶାସନିକ ମୋଡ୍ୟୁଲ୍, ଦ୍ୱିତୀୟରେ ରେଜିଷ୍ଟ୍ରେସନ୍ ମୋଡ୍ୟୁଲ୍, ତୃତୀୟରେ ଭ୍ୟାକସିନେସନ୍ ମୋଡ୍ୟୁଲ୍, ଚତୁର୍ଥରେ ଲାଭାନ୍ଵିତ ସ୍ୱୀକୃତି ମୋଡ୍ୟୁଲ୍ ଏବଂ ଶେଷରେ ରିପୋର୍ଟ ମୋଡ୍ୟୁଲ୍। ଯେଉଁମାନେ ଟିକାକରଣ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ପଞ୍ଜିକୃତ ମୋଡ୍ୟୁଲରେ ନିଜର ବିବରଣୀ ଦେବାକୁ ହେବ। ଭ୍ୟାକସିନେସନ ମୋଡ୍ୟୁଲରେ ସେମାନଙ୍କ ବିବରଣୀକୁ ଯାଞ୍ଚ କରାଯିବା । ଲାଭାନ୍ଵିତ ସ୍ୱୀକୃତି ମୋଡ୍ୟୁଲରେ ଟୀକାକରଣ ସମ୍ବନ୍ଧୀୟ ଏକ ସାର୍ଟିଫିକେଟ ପଠାଯିବ।