Odia News Portal

ଅଖା ବସ୍ତା ଭିତରୁ ଅଜଣା ମୃତ ଦେହ ଉଦ୍ଧାର

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରମୁଣ୍ଡା ଛକ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ପୋଲିସ କୁ ଜଣାଇ ବା ପରେ ଗୋଲାମୁଣ୍ଡା ଥାନା ଅଧିକାରୀ ଏକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ । ମୃତ ଦେହର ପରିଚୟ ମିଳି ନଥିବା ବେଳେ ମୃତ ଦେହଟି ଏକ ପୁରୁଷ ଲୋକର ବୋଲି ଜଣା ପଡ଼ିଛି । ବ୍ୟକ୍ତି ଜଣକୁ ମାରି ଏକ ଅଖା ବସ୍ତା ରେ ପୁରେଇ ସାଇକେଲ ରେ ଲଦି ଦେଇଥିବା ସଂଦେହ କରାଯାଉଛି । ଏନେଇ ଗୋଲାମୁଣ୍ଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଗୋଲାମୁଣ୍ଡା ପୋଲିସ ସୂଚନା ଦେଇଛନ୍ତି ।