Odia News Portal

ଢିଙ୍କିଆରେ ପୋଲିସ ଗ୍ରମବାସୀ ମୁହାଁମୁହିଁ

ଜଗତସିଂହୁପର ଜିଲ୍ଲା ଏରସମା ବ୍ଲକର ଢିଙ୍କିଆରେ ପୋଲିସ ଏବଂ ଗାଁଲୋକେ ପୁଣି ମୁହାଁମୁହିଁ ହୋଇଛନ୍ତି । ଗ୍ରାମବାସୀଙ୍କୁ ପୋଲିସ ଲାଠିମାଡ କରିଛି । ପାନ ବରଜକୁ ଯିବାବେଳେ ଗାଁ ମୁଣ୍ଡରେ ଲୋକଙ୍କୁ ପୋଲିସ ଅଟକାଇବାରୁ ଉତ୍ତେଜନା ଦେଖାଦେଇଛି । ଏହାକୁ ନେଇ ପୋଲିସ ଓ ଗାଁଲୋକେ ଆଜି ମୁହାଁମହିଁ ହୋଇଛନ୍ତି । ପ୍ରସ୍ତାବିତ ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ପ୍ରଶାସନ ପକ୍ଷରୁ ଆଜି ପାନ ବରଜ ଭଙ୍ଗା ଯାଉଥିଲା । ହେଲେ ଗାଁଲୋକେ ନିଜ ପାନ ବରଜକୁ ସୁରକ୍ଷା ଦେବା ଲାଗି ବାହାରିଥିଲେ । ସେମାନଙ୍କୁ ଗାଁ ମୁଣ୍ଡରେ ପୋଲିସ ଅଟକାଇଥିଲା । ଏହାକୁ ନେଇ ସେଠାରେ ଅସନ୍ତୋଷ ଲାଗି ରହିଛି । ଆନ୍ଦୋଳନକାରୀଙ୍କ ଅସ୍ଥାୟୀ କ୍ୟାମ୍ପ ଭାଙ୍ଗିଦେଇଛି ପୋଲିସ ।