Odia News Portal

ଭୟଙ୍କର ନୁହେଁ ଓମିକ୍ରନ,ଡାକ୍ତର କହିଲେ ଏହାର ଲକ୍ଷଣ

ବଢୁଥିବା ସଂକ୍ରମଣକୁ ନଜରରେ ରଖି ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଜନସଚେତନତା କାର୍ୟ୍ୟକ୍ରମ । ଆଲୋଚନା ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି ବରିଷ୍ଠ ଡାକ୍ତର ଅମରେନ୍ଦ୍ର ମହାନ୍ତି ଓ ଜୟନ୍ତ ପଣ୍ଡା । ରାଜ୍ୟରେ ତୃତୀୟ ପର୍ୟ୍ୟାୟ ଆରମ୍ଭ ହୋଇସାରିଛି । ଓମିକ୍ରନ ଭାବେ ଆରମ୍ଭ କରିଛି । ଓମିକ୍ରନର ସଂକ୍ରମଣ କ୍ଷଣତା ଅଧିକ ରହିଥିଲେ ମଧ୍ୟ ରୋଗୀ ଗୁରୁତର ହେଉନାହାନ୍ତି । ଭୂତାଣୁ ଗଳାରେ ରହୁଛି । ଛାତି ମଧ୍ୟକୁ ପ୍ରବେଶ କରି ଶରୀରର କ୍ଷତି କରିପାରୁନି ।
ବିଶେଷ କରି ଗଳାରେ କଷ୍ଟ ହେବା, ନାକ ବନ୍ଦ, ଦେହ ବିନ୍ଧା ହେବା ସହିତ ମୁଣ୍ଡ ବିନ୍ଧିବା ପତଳା ଝାଡା ହେବା ତୃତୀୟ ପ୍ରବାହ ଲକ୍ଷଣ । ତୃତୀୟ ଲହରରେ ଆକ୍ରାନ୍ତ ମାନଙ୍କର ବିଶେଷ ଲକ୍ଷଣ ଦେଖାଯାଉନି । ତେଣୁ ଅଧିକାଂଶ ସଂକ୍ରମିତ ଘରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ବିନା ପରାମର୍ଶରେ ଔଷଧ ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏବେ କରୋନା ଚିକିତ୍ସା ପାଇଁ ବିଶେଷ କିଛି ଔଷଧର ଆବଶ୍ୟକତା ପଡ଼ୁନି । କିନ୍ତୁ ମନଇଛା ଔଷଧ ଖାଇବା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ । ଟିକା ନେଇଥିଲେ ମଧ୍ୟ ନିୟମ ମାନିବାକୁ ପଡିବ ।