Odia News Portal

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ

ଆଜି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ପ୍ରାର୍ଥିପତ୍ର ଦାଖଲ କରିବେ । ସଂସଦ ଭବନରେ ଦିନ ୧୨ଟା ସମୟରେ ନିଜର ସମର୍ଥକଙ୍କ ସହ ଦ୍ରୌପଦୀ ନାମାଙ୍କନ ଭରିବେ ବୋଲି ସୂଚନା ରହିଛି । ଦ୍ରୌପଦୀ ପ୍ରାର୍ଥିପତ୍ର ଭରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମତେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ଏନଡିଏର ବଡ଼ ବଡ଼ ନେତା ସମିଲ ରହିବେ । ତାହା ଛଡ଼ା କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ଦ୍ରୌପଦୀଙ୍କ ପ୍ରାର୍ଥିପତ୍ର ଭରିବା ସମୟରେ ଉପସ୍ଥିତ ରହିବେ । ଖାଲି ସେତିକି ନୁହେଁ ଦ୍ରୌପଦୀଙ୍କ ପାଇଁ ଓଡ଼ିଶାରୁ ୧୦ ବି​‌ଜେପି ବିଧାୟକ ଏଥିରେ ସାମିଲ ହେବାକୁ ଥିବା ବେ​‌ଳେ ବିଜେଡିର ୨ଜଣ ମନ୍ତ୍ରୀ ସାମିଲ ହେବେ ବୋଲି ସୂଚନା ରହିଛି । ବିଜେଡିରୁ ମନ୍ତ୍ରୀ ଟୁକୁନି ସାହୁ ଓ ଜଗନ୍ନାଥ ସାରକା ଉପସ୍ଥିତ ରହିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଦ୍ରୌପଦୀ ଜଣେ ଓଡ଼ିଆ ଝିଅ ହୋଇଥିବାରୁ ସାରା ରାଜ୍ୟ ଦ୍ରୌପଦୀଙ୍କ ଏହି ପ୍ରାର୍ଥିପତ୍ର ଦାଖଲ କରିବାର ସମୟକୁ ଅପେକ୍ଷା କରିଛି । ଆନ୍ଧ୍ର ସରକାର ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଛନ୍ତି । ଗତକାଲି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏନେଇ ସୂଚନା ଦେଇଥିବା ବେଳେ ଜାତି/ଜନଜାତି ବର୍ଗଙ୍କୁ ତାଙ୍କ ସରକାର ସବୁବେଳେ ଗୁରୁତ୍ୱ ଦେଇଛି ବୋଲି ସେ କହିଛନ୍ତି । ଅନ୍ୟପଟେ ଦ୍ରୌପଦୀ ଓଡ଼ିଶାରେ ପରିବହନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଝାରଖଣ୍ଡର ରାଜ୍ୟପାଳ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି ।